ରାଜ୍ୟସ୍ତରୀୟ ଶିଶୁ ବିକାଶ ମେଧା ବୃତ୍ତି ପରୀକ୍ଷା 

ନୀଳଗିରି: ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଅଧିନ ସନ୍ତରାଗଡ଼ିଆ ଶିଶୁ ବିକାଶ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର ଓଡ଼ିଶା ଦ୍ୱାରା ପ୍ରାୟୋଜିତ ୨୬ ତମ ରାଜ୍ୟସ୍ତରୀୟ ଶିଶୁ ବିକାଶ ମେଧା ବୃତ୍ତି ପରୀକ୍ଷା -୨୦୨୫ ଅନୁଷ୍ଠିତ ହୋଇଛି । ଉକ୍ତ ଶିଶୁ ବିକାଶ ମେଧା ବୃତ୍ତି ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୫ଟି ବିଦ୍ୟାଳୟରୁ ୭୦ ଜଣ ମେଧାବୀ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ଶିଶୁ ବିକାଶ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶଶିକାନ୍ତ ବେହେରା ପରୀକ୍ଷା କେନ୍ଦ୍ରର ସଂଯୋଜକ ଦାୟିତ୍ୱ ନିର୍ବାହ କରିବା ସହିତ ଗୁରୁଜୀ ପ୍ରିୟରଞ୍ଜନ ବେହେରା, କାର୍ତ୍ତିକେଶ୍ୱର ବାରିକ୍, ଗୁରୁମା ମଧୁସ୍ମିତା ବାରିକ୍, ପଦ୍ମିନୀ ରାଉଳ, ବନୀତା ରାଣୀ ଖଟୁଆ, ସାଇପ୍ରଭା ପାଣିଗ୍ରାହୀ, ନିର୍ମଳା ଜେନା ଓ ଶିଶୁ ସେବିକା ସୁଲୋଚନା ମହାନ୍ତି ପରୀକ୍ଷା ଦାୟିତ୍ୱ ପରିଚାଳନା କରିଥିଲେ । ଶିଶୁ ବିକାଶ ମେଧା ବୃତ୍ତି ପରୀକ୍ଷା ଦେଇଥିବା ଶିଶୁଙ୍କ ପରୀକ୍ଷା ଫଳ ତିନି ମାସ ପରେ ଅର୍ଥାତ ଆସନ୍ତା ମେ' ମାସରେ ପ୍ରକାଶିତ ହେବ । ଯୋଗ୍ୟତା ହାସଲ କରିଥିବା ଶିଶୁ ମାନଙ୍କୁ ପ୍ରମାଣ ପତ୍ର, ପଦକ ଓ ଅର୍ଥ ରାଶି ଦ୍ୱାରା ପୁରସ୍କୃତ କରାଯିବ ବୋଲି ଶିଶୁ ବିକାଶ ବିଦ୍ୟା ମନ୍ଦିର, ସନ୍ତରାଗଡିଆର ସମ୍ପାଦକ ସୂଚନା ଦେଇଛନ୍ତି ।