ଭୂତକୋଠି ପାଲଟିଛି ଡାକବଙ୍ଗଳା
ନୀଳଗିରି: ରକ୍ଷଣାବେକ୍ଷଣ ଅଭାବରୁ କ୍ଷୁଦ୍ର ଜଳସେଚନନ ବିଭାଗର ରିଷିଆ ଡାକବଙ୍ଗଳା ପାଲଟିଗଲାଣି ଭୂତକୋଠି, ଏବେ ଏହା ଆଉ କୌଣସି କାମରେ ଲାଗୁନାହିଁ । ନୀଳଗିରି ସ୍ଥିତ ଡାକବଙ୍ଗଳାଟି ନିର୍ମାଣ ହୋଇଥିବା ବେଳେ ରିଷିଆ ଡେମର ଜଳଭଣ୍ଡାର, ତାର ଅଳ୍ପ ଦୂରରେ ଡାକବଙ୍ଗଳା ଓ ବଣ ପାହାଡ ଘେରା ପ୍ରକୃତିର ସୌନ୍ଦର୍ଯ୍ୟ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ବଣଭୋଜି ପାଇଁ ଅନ୍ୟ ଦିନ ତୁଳନାରେ ଶୀତ ଋତୁରେ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଥିଲା । କ୍ଷୁଦ୍ର ଜଳସେଚନନ ବିଭାଗ ପକ୍ଷରୁ ଏହି ଡାକ ବଙ୍ଗଳାଟି ନିର୍ମିତ ହୋଇଥିଲା । ଡାକ ବଙ୍ଗଳାର ଚତୁପାର୍ଶ୍ୱରେ ଆବଦ୍ଧ ପାଚେରୀ ରହି ଥିବାବେଳେ ରିଷିଆ ଡେମର ଜଳଭଣ୍ଡାର ଓ ଡାକବଙ୍ଗଳା ଦାୟିତ୍ୱରେ ବିଭାଗ ପକ୍ଷରୁ ସେଠାରେ ଜଣେ କର୍ମଚାରିଙ୍କୁ ମଧ୍ୟ ରଖା ଜାଇଥିଲା । କିନ୍ତୁ ଦୀର୍ଘ ବର୍ଷ ହେଲା ଏହି ବଙ୍ଗଳା ଅନୁପୋଯୋଗୀ ହୋଇ ପଡି ରହିଛି । ବଙ୍ଗଳାର ଚାରି ପାଖରେ ଅନାବନା ଗଛଲତା ଭର୍ତ୍ତି ହୋଇଯାଇଛି । ଘର ଗୁଡିକର କବାଟ, ଝରକା ସବୁ ଉଇଲାଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଡାକବଙ୍ଗଳା ଘର ଭିତର ଛାତରୁ ପ୍ଲାଷ୍ଟର ଖସୁଥିବାରୁ ଆଜି ବଙ୍ଗଳାଟି ପରିତ୍ୟକ୍ତ ଅବସ୍ଥାରେ ରହିଛି । ପୁନରୁଦ୍ଧାର ଦିଗରେ ରାଜନେତା ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନେଇ ସାଧାରଣରେ ମତପ୍ରକାଶ ପାଇଛି ।