ଉଦୟନାଥ ନୋଟାରୀ ପବ୍ଲିକ ନିଯୁକ୍ତ

 ଯାଜପୁର : ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ନ୍ୟାୟିକ ବ୍ୟାପାର ବିଭାଗ ପକ୍ଷରୁ ଚଣ୍ଡିଖୋଲ କୋର୍ଟରେ କାର୍ଯ୍ୟ କରିବା ନିମନ୍ତେ ନୋଟାରୀ ପବ୍ଲିକ ଭାବେ ବରିଷ୍ଠ ଆଇନୀଜୀବୀ ଉଦୟନାଥ ସାହୁଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଗତ ୧୩ ତାରିଖରେ ବିଭାଗର ଉପ ନ୍ୟାୟିକ ଉପଦେଷ୍ଟା ସୁରେନ୍ଦ୍ର କୁମାର ତାଙ୍କୁ ଏସମ୍ପର୍କିତ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏଥିନେଇ ଚଣ୍ଡିଖୋଲ କୋର୍ଟର ଆଇନୀଜୀବୀ ଶ୍ରୀସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।