ଏସବିଡି ଇଣ୍ଟରନେସନାଲ୍ ଛାତ୍ରଛାତ୍ରୀଙ୍କ ବାଜିମାତ୍; ଦଶମରେ ସାନଭି ସ୍କୁଲ ଟପ୍ପର
ବ୍ୟାସନଗର : ଏସବିଡି ଇଣ୍ଟରନେସନାଲ ସ୍କୁଲ ଶିକ୍ଷା କ୍ଷେତ୍ରରେ ଏକ ପ୍ରମୂଖ ସ୍ଥାନ ଦଖଲ କରିଛି । ପାଟୁଳିଠାରେଥିବା ଏସବିଡି ସ୍କୁଲର ଦଶମ ପରୀକ୍ଷାଫଳ ଶତପ୍ରତିଶତ ହୋଇଛି । ଚଳିତବର୍ଷ ଦଶମ ଶ୍ରେଣୀରେ ୬୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ଶତପ୍ରତିଶତସଫଳତା ମିଳିଛି । ଛାତ୍ରୀ ସାନଭି ପଟ୍ଟନାୟକ ସର୍ବାଧିକ ୯୮.୨ପ୍ରତିଶତ ନମ୍ବରରଖ୍ ଟପ୍ପର ହୋଇଛନ୍ତି । ଏଥିସହିତ ୨୪ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖୁଲା ବେଳେ ୧୯ଜଣ ୮୦ପ୍ରତିଶତରୁ ଅଧିକ ନମ୍ବର ରଖୁଛନ୍ତି । ୧୪ଜଣ ୬୦ପ୍ରତିଶତରୁ ଅଧିକ ନମ୍ବର ରଖିଲାବେଳେ ଅବଶିଷ୍ଟ ଛାତ୍ରଛାତ୍ରୀ ୫୦ପ୍ରତିଶତ ମଧ୍ୟରେ ସଫଳତା ହାସଲ କରିଛନ୍ତି । ସାନଭି ଟପର ହେବା ସହ ହଂସିକା ମହାନ୍ତି ୯୭.୨ ପ୍ରତିଶତ, ପ୍ରତୁ୍ୟଷ କୁମାର ସାହୁ ୯୬.୮ ପ୍ରତିଶତ, ଅର୍ପିତା ନାୟକ ଓ ଅଦିତ୍ରି ରାଣୀ.୯୬.୪, ସାଇ ସ୍ୱପ୍ନିଳ ପ୍ରଧାନ ୯୫.୨ ପ୍ରତିଶତ ଓ ଅର୍ଘ୍ୟକ୍ଷ ଅର୍ପଣ ମିଶ୍ର ୯୫ ପ୍ରତିଶତ ପ୍ରମୁଖ ୭ଜଣ ସ୍କୁଲ ସୁନାମ ଆଣିଛନ୍ତି । କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲର ଚେୟାରମ୍ୟାନ ଦେବାଶିଷ ଦୀକ୍ଷିତ, ଅଧ୍ୟକ୍ଷ ଡକ୍ଟର କଳ୍ପତରୁ ସାହୁଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
