ଉଦୟବଟ ଧାମରେ ସୁନିଆଁ ଉସôବ
ପାରାଦୀପ : ପାରାଦୀପ ବନ୍ଦର ଉପକଣ୍ଠ ସ୍ଥିତ ପ୍ରସିଦ୍ଧ ପୀଠ ଉଦୟବଟ ଧାମରେ ଶ୍ରୀ ଜଗନ୍ନାଥ ତତ୍ୱାଶ୍ରମ ଆନୁକୂଲ୍ୟରେ ଗଜପତି ମହାରାଜାଙ୍କ ୬୯ ଅଙ୍କ ୧୪୩୩ ସାଲ ପ୍ରବେଶ ଅବସରରେ ସୁନିଆଁ ଉସôବ ପାରମ୍ପରିକ ରୀତିନିତିନୁଯାୟୀ ପାଳିତ ହୋଇଯାଇଛି । ଓଡ଼ିଶାର ପଞ୍ଚସଖା ଓ ସନ୍ଥ ସାଧକ ମାନଙ୍କ ଭବିଷ୍ୟତ ବାଣୀ ଅନୁଯାୟୀ ଗଜପତି ମହାରାଜଙ୍କ ୧୮ ଅଙ୍କ ୧୯୮୪ ମସିହା ପବିତ୍ର ସୁନିଆଁ ଦିନ ‘କଳ୍କୀ' ଦାରୁ ସଂଗ୍ରହ କରାଯାଇ ଉଦୟବଟ ଧାମରେ ଗୁପ୍ତ ପୂଜାର୍ଚ୍ଚନା କରାଯାଉଅଛି । ଏହି ଅବସରରେ ଚଳିତ ବର୍ଷ ମହାପୁରୁଷ ରାଜୀବ ଲୋଚନ ଦାସଙ୍କ ସମାଧି ପୀଠ ଓ ଜଗନ୍ନାଥ ମନ୍ଦିରରେ ପୁଷ୍ପ ଅର୍ଘ୍ୟ ପ୍ରଦାନ ଓ ଆରାଧନା ପୂର୍ବକ ତତ୍ୱାଶ୍ରମରେ ଯଜ୍ଞ, ବ୍ରହ୍ମନାମ ଅନୁଷ୍ଠିତ ହୋଇଥିଲା । ପୀଠର ପରାମର୍ଶଦାତା ବୈଷ୍ଣବ ଚରଣ ପଟ୍ଟନାୟକ କର୍ତ୍ତା ଭାବେ ଉଦୟବଟ ଧାମର ସାମୂହିକ ବିକାଶ ପାଇଁ କଳ୍କୀ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସଭାପତି ବସନ୍ତ କୁମାର ନାୟକ କଳ୍କୀ ଙ୍କର ନାମ, ରୂପ, ତତ୍ତ୍ୱର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପାଦକ ଚିନ୍ମୟ ଦାସ ଅନୁଷ୍ଠାନର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପସ୍ଥାପନା ସହ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତଙ୍କୁ ସ୍ୱାଗତ କରିଥିଲେ ।