ବଗପାଟିଆ ଉନ୍ନତିକରଣରେ ଶୀତଳତା ଅଭିଯୋଗ

 କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ସମୁଦ୍ର କୂଳ ସାତଭାୟା ଗ୍ରାମ ପଞ୍ଚାୟତର ବଗପାଟିଆ ବିସ୍ତାପିତ ଅଞ୍ଚଳରେ ଥଇଥାନ କରାଯାଇଥିବା ବାସିନ୍ଦାମାନଙ୍କ ବସତି ସ୍ଥାପନ ହେବା ପରେ ସେ ଅଞ୍ଚଳର ଉନ୍ନତିକରଣ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଜିଲ୍ଲପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପୃକ୍ତ ଥଇଥାନ ଅଞ୍ଚଳ ବଗପାଟିଆ ଠାରେ ବିସ୍ଥାପିତ ଜନ ସାଧାରଣଙ୍କ ଉନ୍ନତମାନର ଜୀବନଯାପନ ଓ ଆବଶ୍ୟକତା ଦୃଷ୍ଟିରୁ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ଖେଳ ପଡିଆ ନିର୍ମାଣ ଓ ଉନ୍ନତି କରଣ, କଲ୍ୟାଣ ମଣ୍ଡପ ନିର୍ମାଣ, କମୁ୍ୟନିଟି ସେଣ୍ଟର ନିର୍ମାଣ, ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଓ ମା ପଂଚୁ ବରାହୀଙ୍କ ମନ୍ଦିର ଚତୁଃପାଶ୍ୱର୍ର ଉନ୍ନତିକରଣ ସହିତ ନିର୍ମାଣ ହେବାକୁ ଥିବା ରାସ୍ତାର ଉଭୟ ପାଶ୍ୱର୍ରେ ହାଇମାର୍କ୍ସ ଲାଇଟ ଓ ଷ୍ଟ୍ରିଟ ଲାଇଟ ଲଗାଇବା ଓ ସବ୍ଷ୍ଟେସନ ସ୍ଥାପନ କରିବା, ସ୍କୁଲର ସଂପ୍ରସାରଣ ଓ ଅଧିକ ଶ୍ରେଣୀ ଗୃହ ନିର୍ମାଣ କରିବା,  ଗୋ ଓ ଛେଳି ପାଳନ ପାଇଁ ଏବଂ ଖାଲୁଆ ଅଂଚଳରେ ମାଟି ପକାଇ ଉଚ୍ଚା କରିବା ଓ ମସô୍ୟଚାଷ ପାଇଁ ୧୦ଟି ବଡ ପୋଖରୀ ନିର୍ମାଣ ଆଦି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । କିନ୍ତୁ କେତେକ ଅଧିକାରୀ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ପାଳନ କରୁନଥିବାରୁ ସେଠାକାର ଉନ୍ନୟନ ମୂଳକ କାର୍ଯ୍ୟ ଅଗ୍ରଗତିରେ ବାଧା ସୃଷ୍ଟି ହୋଇଛି । ଏ ନେଇ ଆବାହକ ଶ୍ରୀ ରାଉତ ଭାରପ୍ରାପ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟି କାର୍ଯ୍ୟଗୁଡିକୁ ତଦାରଖ କରିବା ସହିତ ଅଧିକାରୀମାନଙ୍କୁ ତୁରନ୍ତ ଉନ୍ନୟନମୂଳକ କାର୍ଯ୍ୟ ନିଦେ୍ର୍ଦଶ ଦେବାକୁ ଦାବି କରିଛନ୍ତି ।