ନକଲି ପିସ୍ତଲ ସହିତ ଜଣେ ଗିରଫ
ଛତ୍ରପୁର: ଗୋଟିଏ ବାଇକ ସହିତ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି ଚମାଖଣ୍ଡି ପୁଲିସ । ସୂଚନା ପ୍ରକାରେ ଗତ କିଛି ଦିନ ହେଲା ପୁଲିସ ଆଖିରେ ଧୂଳିଦେଇ ବିଭିନ୍ନ ସ୍ଥାନରେ ଦୁବୃର୍ତ୍ତମାନେ ବାଇକ ଚୋରୀ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଛତ୍ରପୁର ଏସଡିଓ ଗୌର ହରି ସାହୁ, ଚମାଖଣ୍ଡି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଏଏସଆଇ ଅରୁଣ କୁମାର ରାଉତ ଏକ ଟିମ ଗଠନ କରିଥିଲେ । ଏହି ଟିମ ବିଭିନ୍ନ ସ୍ଥାନ ଚଢ଼ାଉ କରିବା ପରେ ଶେଷ ସରୋଜ ପଣ୍ଡା ଧରିଥିଲେ । ତାଙ୍କୁ ଗିରଫ କରି ପୁଲିସ ଗୋଟିଏ ବାଇକ, ଗୋଟିଏ ସ୍କୁଟି, ଦୁଇଟି ଖଣ୍ଡା ଓ ଗୋଟିଏ ନକଲି ପିସ୍ତଲ ଜବତ କରିଥିବା ଏଏସଆଇ ଅରୁଣ କୁମାର ରାଉତ ସୂଚନା ଦେଇଛନ୍ତି ।