ଉନ୍ନତ ସ୍ୱାସ୍ଥ୍ୟସେବା ନିମନ୍ତେ ୧୫ରେ ଗଣଧାରଣା


ନୀଳଗିରି:  ନୀଳଗିରି ଉପଖଣ୍ଡ ଏକ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳ । ଏଠାକାର ପ୍ରାୟ ୮୦ପ୍ରତିଶତ ଅଧିବାସୀ ଜଙ୍ଗଲ ପାହାଡ ଘେରା ଅଞ୍ଚଳରେ ବସବାସ କରନ୍ତି । ସ୍ୱାସ୍ଥ୍ୟସେବା ସମସ୍ତଙ୍କ ପାଇଁ ଜରୁରୀ ହୋଇଥିବା ବେଳେ ଦରିଦ୍ର, ଅଜ୍ଞ ଜନଜାତି ଶ୍ରେଣୀର ରୋଗୀମାନେ ନିକଟସ୍ଥ ଉପଖଣ୍ଡ ଚିକିସôାଳୟ ଉପରେ ନିର୍ଭରକରୁଛନ୍ତି । ସଠିକ୍ ସ୍ୱାସ୍ଥ୍ୟସେବା ନପାଇବା ଫଳରେ ଅର୍ଥାଭାବ ଯୋଗୁଁ ଅକାଳରେ ମୃତୁ୍ୟବରଣ କରି ସେମାନଙ୍କର ଜୀବନ ହରାଉଛନ୍ତି । ଏନେଇ ବାରମ୍ବାର ସରକାରଙ୍କ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ କିଏବି ଏମାନଙ୍କ କଥା ଶୁଣିବାକୁ ଆଗକୁ ଆସୁନାହାଁନ୍ତି ଯାହାଫଳରେ ସମସ୍ୟାର ସମାଧାନ ହୋଇପାରିନାହିଁ । ତେଣୁ ଜନଜାତି ଓ ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟସୁରକ୍ଷା ନେଇ ଜିଲ୍ଲା ଜନଜାତି ସୁରକ୍ଷାମଞ୍ଚ ବାଲେଶ୍ୱର ତରଫରୁ ଆସନ୍ତା ୧୫ ତାରିଖ ସକାଳ ୧୦ଟା ସମୟଠାରୁ ଅନିଦ୍ଧିଷ୍ଟ ପର୍ଯ୍ୟନ୍ତ ନୀଳଗିରି ଉପଖଣ୍ଡ ଚିକିସôାଳୟ ସମ୍ମୁଖରେ ପ୍ରତିବାଦସଭା ଓ ଗଣଧାରଣା କରିଯିବ ବୋଲିି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିବା ମଞ୍ଚର ଜିଲ୍ଲା ସଂଯୋଜକ ସୁକୁମାର ନାୟକ ସୂଚନା ଦେଇଛନ୍ତି ।