ସମ୍ବଲପୁରରେ ଯୋଗ ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ : ଯୋଗ ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର
ସମ୍ବଲପୁର : ଅନାଦି ଅନନ୍ତ କାଳରୁ ଭାରତରେ ଜନ୍ମ ନେଇଥିବା ଯୋଗ ଅଭ୍ୟାସ ବିଶ୍ୱରେ ଏକ ଜନଆନେ୍ଦାଳନରେ ପରିଣତ ହେଉଛି । ଯୋଗ. ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ଚେତନାର ବୈଜ୍ଞାନିକ ପ୍ରୟୋଗ ବୋଲି ଶନିବାର ସମ୍ବଲପୁରରେ ୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ପୀଠ ଓ ମହାନଦୀର ଉପକୂଳ ଅଞ୍ଚଳରେ ସମ୍ବଲପୁରର ଜନସାଧାରଣଙ୍କ ସହ ଯୋଗ କରିବା ସହ ଏହି ଦିବସର ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ଯୋଗ ଦିବସ -୨୦୨୫ ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର ଅଟେ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶାରିରୀକ ସୁସ୍ଥତାରେ ସମ୍ବଲପୁର ରାଜ୍ୟ ଓ ଦେଶର ପ୍ରମୁଖ ଅଞ୍ଚଳ ଭାବରେ ଉଭା ହେଉଛି । କ୍ରୀଡ଼ା, ବ୍ୟୟାମ, କୁସ୍ତି ତଥା ପ୍ରାତଃ ଭ୍ରମଣ ଓ ସଂଧ୍ୟା ଭ୍ରମଣ ଲୋକମାନଙ୍କ ୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ମା’ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଜିଲ୍ଲାର ନାଗରିକଙ୍କ ମଧ୍ୟରେ ସମ୍ପନ୍ନତା ଆଣିବା ପାଇଁ ପ୍ରୟାସ କରିବା ସହ ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ଯୋଗକୁ ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗ ପାଳିଥିଲେ ।
............................................
˜ ରାଜ୍ୟ ବିଜେପି କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟା ଯୋଗୁ ୫ହଜାର ବର୍ଷର ପ୍ରାଚୀନ ଯୋଗ ସାରା ବିଶ୍ୱରେ ସ୍ୱିକୃତୀ ଲାଭ କରିଛି । ୨୦୧୪ ଡିସେମ୍ବର ୧୧ତାରିଖ ଦିନ ମିଳିତ ଜାତିସଂଘ ‘ଯୋଗ’କୁ ମାନ୍ୟତା ଦେବା ସହ ଜୁନ୍ ୨୧କୁ “ଆନ୍ତର୍ଜାତିକ ଯୋଗ ଦିବସ”ର ମାନ୍ୟତା ପ୍ରଦାନ କରିଥିଲେ । ଯୋଗର ନିୟମିତ ଅଭ୍ୟାସ ମଣିଷ ମଧ୍ୟରେ ନୂତନ ଆତ୍ମଚେତନା ଜାଗ୍ରତ କରେ । ଏନେଇ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଏଁ ଯୋଗ କରିବା ଜରୁରୀ ବୋଲି ୧୧ତମ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଯୋଗକୁ ଗ୍ରହଣ କରିବା ଦ୍ୱାରା ଭାରତର ଏହି ପ୍ରାଚୀନ ପରମ୍ପରା ଆଜି ଏକ ମହାପର୍ବରେ ପରିଗଣିତ ହେଉଛି । ଯୋଗ ଦ୍ୱାରା ବ୍ୟକ୍ତି କର୍ମଚଂଚଳ ହେବା ସହ ପ୍ରଫୁଲ୍ଲଚିତ ଅନୁଭବ କରେ । ଏହାକୁ ଆହୁରି ଅଧିକ ପ୍ରଭାବଶାଳୀ କରିବା ପାଇଁ କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ମୋହନ ମାଝୀଙ୍କ ସରକାର ନିରନ୍ତର ଭାବେ ପ୍ରୋସôାହିତ କରୁଛନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି । ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉଦ୍ୟମ ଯୋଗୁ ସାରା ବିଶ୍ୱରେ ଏବେ ଯୋଗଦିବସ ପାଳନ କରାଯାଉଛି ବୋଲି କହିଥିଲେ । ରାଜ୍ୟ ସହପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ ଦାସ, ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜକ ମହେଶ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ ।
....................................
˜ ରାଜଭବନ
ରାଜଭବନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତ ଜୁନ ୨୧ ତାରିଖ ସକାଳେ ନୁ୍ୟ ଅଭିଷେକ ହଲ୍ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମପାଟି ସାମିଲ ହେବା ସହ ଯୋଗ ଅଭ୍ୟାସ କରିଥିଲେ । ଚଳିତ ବର୍ଷ “ଏକ ପୃଥିବୀ ଏବଂ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” ଶୀର୍ଷକକୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତଙ୍କ ସମେତ ରାଜଭବନର ଅଧିକାରୀ/ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟପାଳ କହିଛନ୍ତି ଯେ “ଯୋଗ କେବଳ ଏକ ଶାରୀରିକ କାର୍ଯ୍ୟକଳାପ ନୁହେଁ, ଏହା ଏକ ଜୀବନଶୈଳୀ ଯାହା ଅନ୍ତରରେ ଶାନ୍ତି, ସ୍ଥିରତା ଏବଂ ଆତ୍ମ-ସଚେତନତାକୁ ଜାଗ୍ରତ କରେ । ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାପାଇଁ ଯୋଗର ଆବଶ୍ୟକତା ଏବଂ ଏହାର ବିଭିନ୍ନ ପଦ୍ଧତି ସମ୍ପର୍କରେ ଯୋଗ ପ୍ରଶିକ୍ଷକ ଅଜିତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷକ ଡ଼. ସୁଶୀଲ ପଟ୍ଟନାୟକ ଏବଂ କ୍ରିତିଷ୍ଣା ମହାପାତ୍ର ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।
............................................
˜ ଯୋଗ ଦିବସ ପାଳିଲେ ସାଂସଦ ରୁଦ୍ରନାରାୟଣ ପାଣି
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଡ଼ିଟୋରିୟମ ଠାରେ ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ବିଧାୟକ ଶତୃଘ୍ନ ଜେନା, ଉପଜିଲ୍ଲାପାଳ ଦିନମଣି ନାଏକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଯୋଗ ହେଉଛି ଏକ ଶକ୍ତିଶାଳୀ ଉପକରଣ ଏବଂ ଏକ "ବିରାମ ବଟନ୍’ ବା ‘ପଜ୍ ବଟନ୍’ । ଯାହା ମାନବଜାତିକୁ ନିଶ୍ୱାସ ନେବା, ସନ୍ତୁଳନ ରଖିବା ଏବଂ ପୁନର୍ବାର ସୁସ୍ଥ ହେବା ପାଇଁ ନିହାତି ଆବଶ୍ୟକ । ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ ଉଦେ୍ଦଶ୍ୟ "ସର୍ବେ ଭବନ୍ତୁ ସୁଖିନଃ (ସମସ୍ତେ ଖୁସି ହୁଅନ୍ତୁ), ଆମେ ଏହି ଚିନ୍ତାଧାରା ଦ୍ୱାରା ବଞ୍ଚିବା ଉଚିତ ବୋଲି ସାଂସଦ ଶ୍ରୀ ପାଣି କହିଥିଲେ ।
............................................
˜ ଆଇପିଆରସିଏଲ
ଇଣ୍ଡିଆନ ପୋର୍ଟ ରେଲ ଓ ରୋପୱେ କର୍ପୋରେସନ ପକ୍ଷରୁ ଏହାର ପ୍ରକଳ୍ପ କାର୍ଯ୍ୟାଳୟ ଭୁବନେଶ୍ୱର ଓ ସାଇଟ ଅଫିସ ପାରାଦୀପ ଓ ଲାଞ୍ଜିଗଡ଼ ଠାରେ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ନିତ୍ୟ ଜୀବନରେ ଯୋଗର ଉପାଦେୟତା ପାଇଁ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏହି ଯୋଗ ଶିବିରରେ ଭାଗ ନେଇଥିଲେ । ଭାରତୀୟ ଯୋଗ ସଂସ୍ଥାନର ପ୍ରଶିକ୍ଷକ କୈଳାସ ଚନ୍ଦ୍ର ରାଉତଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭୁବନେଶ୍ୱର କାର୍ଯ୍ୟାଳୟରେ ଏହି ଶିବିର ଆୟୋଜିତ ହୋଇଥିଲା । ଏହି ଅବସରରେ ଭୁବନେଶ୍ୱା ଉପକଣ୍ଠ ରଘୁନାଥପୁର ଠାରେ ଥିବା ନବଦୁର୍ଗା ମନ୍ଦିର ନିକଟରେ ‘ହରିତ ଯୋଗ’ ସ୍ୱାକ୍ଷରତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ପୂର୍ବତଟ ରେଳବାଇର ପୂର୍ବତନ ଆଡ଼ିସନାଲ ଜେନେରାଲ ମ୍ୟାନେଜର ତଥା ଆଇପିଆରସିଏଲର ଜେନେରାଲ ମ୍ୟାନେଜର ମହେଶ କୁମାର ବେହେରାଙ୍କ ତତ୍ତ୍ୱବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ଥାନୀୟ ରଘୁନାଥପୁର ହାଉସିଂ ସୋସାଇଟି, ସୋମୁ କଟେଜ ଓ ସୋମନାଥ ନଗରର ଅଧିବାସୀମାନେ ସହଯୋଗ କରିଥିଲେ ।
............................................
˜ କଟକ
କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗାଭ୍ୟାସକୁ ଦୈନନ୍ଦିନ ଜୀବନର ଅଭ୍ୟାସ ଭାବେ ଆପଣେଇବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦ ଓ ଡିସିପି ରିଶିକେଶ ଖିଲାରୀ ଯୋଗ ଦେଇଥିଲେ । ଏହି ଅବସରରେ ବିଶାଖାପାଟନମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ତର୍ଜାତୀୟ ଯୋଗ ଦିବସ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଉପସ୍ଥିତ ମନ୍ତ୍ରୀ, ବିଧାୟକ, ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ବ୍ୟକ୍ତିବିଶେଷ ଦେଖିଥିଲେ ।