ଉପକାରାଗାର ସ୍ଥାନାନ୍ତର ପ୍ରସଙ୍ଗ, ଧାରଣା ସ୍ଥଗିତ 

 ଖଣ୍ଡପଡ଼ା:  ନୟାଗଡ଼ କାରାଗାର ସହ ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ନେଇ ଚାଲିଥିବା ଧାରରା ସ୍ଥଗିତ ହୋଇଛି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଖଣ୍ଡପଡ଼ା ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ଶିବନାରାୟଣ ଦାସ ଓ ଜ୍ୟୋତିରଞ୍ଜନ ମହାରଣା ପ୍ରମୁଖ ୨ ସାମ୍ବାଦିକ ଉପକାରାଗାର ସମ୍ମୁଖରେ ଶୁକ୍ରବାର ଠାରୁ ଧାରଣାରେ ବସିଥିଲେ । ଖଣ୍ଡପଡ଼ା  ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଶନିବାର ଧାରଣାସ୍ଥଳରେ ପହଞ୍ଚି  ୨ ସାମ୍ବାଦିକଙ୍କୁ ବୁଝାଇବା ସହ ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇ ସାମ୍ବାଦିକଙ୍କୁ ଧାରଣାରୁ ଉଠାଇଥିବା ଜଣାପଡିଛି ।