ପୁସ୍ତକ ଓ ପତ୍ରିକା ଲୋକାର୍ପଣ ସମାରୋହ


ାା ପ୍ରଭାନୁ୍ୟଜ ।ା ବେତନଟୀ: ବେତନଟୀ ନିକଟସ୍ଥ ଧର୍ମଶାଳା ପରିସରରେ ଅନନ୍ୟା ସାହିତ୍ୟ ସଂସଦ ବୈଶିଙ୍ଗା, ମୟୂର ସାହିତ୍ୟ ସଂସଦ ବେତନଟୀ ଓ ଶତଦଳ ଶିଶୁ ସାହିତ୍ୟ ପ୍ରତିଷ୍ଠାନ, ବେତନଟୀର ମିଳିତ ସହଯୋଗରେ ଏକ ପୁସ୍ତକ ଓ ପତ୍ରିକା ଲୋକାର୍ପଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହର ପ୍ରାରମ୍ଭରେ ବନମୟୂରୀର ସଂପାଦକ ନାଟ୍ୟକାର ନୀରଦ ସୁନ୍ଦର ଜେନା ଅତିଥି ମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ବେହେଲା ବାଦକ ବରଦାକାନ୍ତ ବାରିକ ବେହେଲାରେ ଧୁନ୍ ଦେଇଥିବାବେଳେ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଶିଶୁ ନୃତ୍ୟ ଶିଳ୍ପୀ ସୁହାନୀ ସାଇ ସ୍ୱାଗତ ନୃତ୍ୟ ପରିବେଷଣ କରିଥିବାବେଳେ କବି ପ୍ରଭାତ କୁମାର ଆଚାର୍ଯ୍ୟ ବେଦପାଠ କରିଥିଲେ । ଏହି ଉତ୍ସବରେ ମୟୂରଭଞ୍ଜ ସାହିତ୍ୟ ପରିଷଦ ବାରିପଦାର ସଭାପତି ଗାଳ୍ପିକ ପଦ୍ମନାଭ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସାହିତି୍ୟକା ଡଃ ମନୋରମା ବିଶ୍ୱାଳ ମହାପାତ୍ର ସାଂପ୍ରତିକ ସମାଜର ଆବଶ୍ୟକତାକୁ ଭିତ୍ତି କରି ସାହିତ୍ୟ ସୃଷ୍ଟି କରିବା ପାଇଁ କବି ଓ ଲେଖକମାନଙ୍କୁ ଆହ୍ୱାନ ଜଣାଇଥିଲେ । ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ସିଂହ ମୁଖ୍ୟବକ୍ତା , ବର୍ଷିୟାନ ସାହିତ୍ୟ ସାଧକ ଅନିକେତ ବୃନ୍ଦାବନ ଦାଶ ପ୍ରଣମ୍ୟ ଅତିଥି, କବି ବିମଳ ଜେନା ବିଶିଷ୍ଟ ଅତିଥି ଏବଂ କବି ଭାସ୍କର ଦ୍ୱିବେଦୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପୁସ୍ତକ ଓ ପତ୍ରିକା ପ୍ରକାଶନର ମହତ୍ତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥିଙ୍କ କରକମଳରେ ଗାଳ୍ପିକ ନିମାଇଁ ଚରଣ ବେହେରାଙ୍କ ଗଳ୍ପ ପୁସ୍ତକ ‘ହୁଏତ ଆସନ୍ତା କାଲି’ ଏବଂ ଯୁବ କବି ପ୍ରିୟନାଥ ପାଣିଙ୍କ କବିତା ଗ୍ରନ୍ଥ କାୟା ‘କୋଣାର୍କ ଏବଂ କଇଁଫୁଲ’ ଶିଶୁ ପତ୍ରିକାର ଅଷ୍ଟାଦଶ ସଂଖ୍ୟା ଲୋକାର୍ପିତ ହୋଇଥିଲା । ନୀଳଗିରି ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡ ପ୍ରଦୀପ୍ତ କୁମାର ମିଶ୍ର ହୁଏତ ଆସନ୍ତାକାଲି ଗଳ୍ପଗ୍ରନ୍ଥକୁ ସମୀକ୍ଷା କରିଥିବାବେଳେ ବାବା ପଞ୍ଚଲିଙ୍ଗେଶ୍ୱର ମହାବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗର ଅଧ୍ୟାପକ ଡ. ଅକ୍ଷୟ କୁମାର ପାଣିଗ୍ରାହୀ କାୟା କୋଣାର୍କ କବିତା ଗ୍ରନ୍ଥର ସମୀକ୍ଷାତ୍ମକ ବକ୍ତବ୍ୟ ରଖିଥିଲେ । କଇଁଫୁଲର ସଂପାଦକ ପର୍ଶୁରାମ ସାହୁ ଶିଶୁ ସାହିତ୍ୟ ପୁସ୍ତକର ଗୁରୁତ୍ୱ ଉପସ୍ଥାପନ କରିଥିଲେ । ଶେଷରେ ମୟୂର ସାହିତ୍ୟ ସଂସଦର ପତ୍ରିକା ସହ ସଂପାଦିକା ସୀମା ଦାସ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ଭାଷା ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ ।