ଚାଷ ଜମି ଚେଇଁ ଶୋଇଛି ଜଳସମ୍ପଦ ବିଭାଗ


ାା ପ୍ରଭାନୁ୍ୟଜ ।ା ବରୀ,: ଦୁର୍ନୀତିରେ ଉବୁଟୁବୁ ଯାଜପୁର ଜଳ ସଂପଦ ବିଭାଗ ଚେଇଁ ଶୋଇବାରେ ପାରଙ୍ଗମ । ଜନ ମଙ୍ଗଳ ରାଷ୍ଟ୍ରରେ ସମସ୍ତଙ୍କ ଆର୍ଥିକ ବିକାଶ ଦିଗରେ ସରକାରଙ୍କ ଯେତିକି ଦାୟିତ୍ୱ ରହିଛି ସରକାରୀ କଳର ମଧ୍ୟ ଗୁରୁଦାୟିତ୍ୱ ରହିଛି । ହେଲେ ଯାଜପୁର ଜଳ ସଂପଦ ବିଭାଗ ଗୁରୁଦାୟିତ୍ୱ ତୁଲାଇବା ବଦଳରେ ଜନଗଣଙ୍କ ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ିବାକୁ ଅପେକ୍ଷା କରି ରହିଛି । ଏଭଳି ଅଭିଯୋଗ ବରୀ ନିର୍ବାଚନମଣ୍ଡଳୀ ଛତିଶଦେବିଲ ପଞ୍ଚାୟତର ଅନେକ ଚାଷୀବନ୍ଦି କରିଛନ୍ତି । ପଞ୍ଚାୟତର ଅନେକ ଚାଷଜମି ଖରସ୍ରୋତା ଅାଁରେ ଲୀନ ହେବା ଆଶଙ୍କା କରି ଚାଷୀ ପଥର ପ୍ୟାାକିଙ୍ଗ କରିବାକୁ ଦାବି କରିଛନ୍ତି । ଖବର ମତେ ମହମ୍ମଦଜମାପୁର ଗ୍ରାମର ମହାନ୍ତି ସାହି ଛନ୍ଦା ନିକଟରେ ଦୀର୍ଘ ଦିନ ହେବ ଖରସ୍ରୋତାର କରାଳ ରୂପ  ନଦୀପଠାକୁ ଗ୍ରାସ କରୁଛି । ବହୁ ଦିନ ଧରି ନଦୀଖାଇ ଖାଇ ଏବେ ଚାଷଜମି ଆଡ଼କୁ ମାଡି ଆସିଲାଣି ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ଖରସ୍ରୋତା ନଦୀରେ ବନ୍ୟା ଆସିଲେ ଚାଷ ଜମି ଖାଇଯିବାର ସମ୍ବାବନା ଦେଖାଦେଇଛି । ଫଳରେ ଚାଷୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଉଛି । ଏହି ଘଟଣା ସମ୍ପର୍କରେ ବିଭାଗର ଅଧିକାରୀ ନିକଟରେ ଦାବି ହେଇଥିଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଚାଷୀ ଅଭିଯୋଗ କରନ୍ତି । ଏହି ଛନ୍ଦା ନିକଟରୁ ବଡବଡ ଅତଡା ଖାଉଥିବାରୁ ଛନ୍ଦା ନିକଟରେ ପଥର ପ୍ୟାକିଙ୍ଗ କରିବାକୁ ଶରତ କୁମାର ରାଉତ, ମାୟାଧର ରାଉତ, ଗୟାଧର ରାଉତ, ତ୍ରିଲୋଚନ ରାଉତ, ନିରଞ୍ଜନ ରାଉତ, ସ୍ମୃତି ରଞ୍ଜନ ରାଉତ, ପ୍ରଦୀପ ମହାନ୍ତି, ପ୍ରମୋଦ ମହାନ୍ତି, ଅଶୋକ ମହାନ୍ତି, ବାସୁଦେବ ମହାନ୍ତି ପ୍ରମୁଖ ଚାଷୀ ଏବଂ ଗ୍ରାମବାସୀ ଦାବି କରିଛନ୍ତି ।