ଓଷ୍ଟା ପକ୍ଷରୁ ମଣ୍ଡଳସ୍ତରୀୟ ଶିଶୁ ଉସବ

 ରାଜକନିକା : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ରାଜକନିକା ମଣ୍ଡଳ ପକ୍ଷରୁ ୨୫ ତମ ଶିଶୁ ଉସôବ ତରାସ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଜକନିକା ମଣ୍ଡଳ ଓଷ୍ଟା ସଭାପତି ସୁରେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀ ତନ୍ମୟ କୁମାର ବେହେରା, ମୁଖ୍ୟ ବକ୍ତା ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଓଷ୍ଟାର କାର୍ଯ୍ୟକାରୀ ସଭାପତି ବାବାଜୀ ଚରଣ ଦାସ, ବିଶିଷ୍ଟ ଅତିଥି ଭାବେ ଓଷ୍ଟା ଜିଲ୍ଲା ସଭାପତି ଅଶୋକ କୁମାର ପରିଡ଼ା, ସମ୍ପାଦକ ଭଗବାନ ସାହୁ ଓ ସମ୍ମାନିତ ଅତିଥି ଭାବେ ରାଜକନିକା ଓଷ୍ଟା ର ପ୍ରାକ୍ତନ ସଭାପତି ଲକ୍ଷ୍ମୀଧର ମିଶ୍ର, ରାଜକନିକା ନୋଡାଲ ପ୍ରଧାନ ଶିକ୍ଷକ ଧର୍ମଜ୍ୟୋତି ରାଉତ, ତରାସ ପଞ୍ଚାୟତର ସରପଞ୍ଚ ମନୋରମା ନାୟକ, ମହାକାଳପଡ଼ା ମଣ୍ଡଳ ସମ୍ପାଦକ ରଘୁନାଥ ଦାସ ଏବଂ ଜିଲ୍ଲା ଉପସଭାପତି ବିଚିତ୍ର କୁମାର ସାହୁ ଓ ଜିଲ୍ଲା ଇସି ସଭ୍ୟ ରବୀନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ପରିପ୍ରକାଶ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜକନିକା ଓଷ୍ଟାର ସମ୍ପାଦକ ଅରବିନ୍ଦ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିବାବେଳେ ଶିକ୍ଷକ ରତିକାନ୍ତ ରାଉତ ଅତିଥି ପରିଚୟ ଓ ସଭ୍ୟ ରତିକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ରାଜକନିକା ଓଷ୍ଟା ଉପସଭାପତି ଅମର କୁମାର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉସôବରେ ମୁଖ୍ୟ ଅତିଥି ଭାବେ ରାଜକନିକା ମଣ୍ଡଳ ଶିକ୍ଷାଧିକାରୀ ନଳିନୀ ରଞ୍ଜନ ରାଉତରାୟ, ମୁଖ୍ୟବକ୍ତା ଭାବେ ବିଆରସିସି କୈଳାସ ଚନ୍ଦ୍ର ସାହୁ ଓ ସମ୍ମାନିତ ଅତିଥି ଭାବେ ପଟ୍ଟାମୁଣ୍ଡାଇ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ବେହେରା, ସିଆରସିସି ସଞ୍ଜୟ କୁମାର ବଳ, ପଟ୍ଟାମୁଣ୍ଡାଇ ମଣ୍ଡଳ କାର୍ଯ୍ୟକାରୀ ସଦସ୍ୟ ଦିଲ୍ଲୀପ କୁମାର ରାଉତ, ରାଜକନିକା ମଣ୍ଡଳ ଉପଦେଷ୍ଟା ବଟକୃଷ୍ଣ ପଣ୍ଡା, ଆଳି ମଣ୍ଡଳ ସଭାପତି ସୁଶାନ୍ତ କୁମାର କର, ସମ୍ପାଦକ ଦେବରାଜ ନାୟକ, ଜିଲ୍ଲା ଉପସଭାପତି ସଞ୍ଜୟ କୁମାର ସାମଲ ଓ ରୀନା ରାଉତ ଏବଂ ରାଜକନିକା ପ୍ରାକ୍ତନ ସମ୍ପାଦକ ନବକିଶୋର ସୁତାର ପ୍ରମୁଖ ଯୋଗଦେଇ ନିଜର ଅଭିଭାଷଣ ରଖିବା ସହିତ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ସହ ସମ୍ପାଦକ ପ୍ରଭାତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।