ଉପକାରୀ ଭୃଷଙ୍ଗ ପତ୍ର

ଖାଦ୍ୟରେ ସ୍ୱାଦ ବଢ଼ାଇାଥାଏ ଭୃସଙ୍ଗ ପତ୍ର। ଏହା କେବଳ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ କହିବାନୁସାରେ, ପ୍ରତିଦିନ ଅତି କମ୍ରେ ୭ରୁ ୮ ଟି ଭୃସଙ୍ଗ ପତ୍ରକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ ।ଯଦି ଆପଣ ଏହାକୁ ତରକାରୀରେ ଖାଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଆପଣ ଏହାର ପତ୍ରକୁ ଚୋବଇ ଖାଇପାରିବେ କିମ୍ବା ଆପଣ ଏହାକୁ ପାଣିରେ ଫୁଟାଇ ଏହାର ପାଣିକୁ ପିଇପାରିବେ । ଆସନ୍ତୁ ଭୃସଙ୍ଗ ପତ୍ର ଖାଇବାର ଲାଭ କ’ଣ ? ବିଶେଷଜ୍ଞ ମତରେ, ଯେଉଁମାନଙ୍କର ହଜମ ପ୍ରକ୍ରିୟା ସହ ଜଡ଼ିତ କୌଣସି ପ୍ରକାରର ସମସ୍ୟା ଅଛି ସେମାନେ ନିଶ୍ଚିତ ଭାବରେ ଭୃସଙ୍ଗ ପତ୍ର ଖାଇବା ଉଚିତ୍ । ଏହା ଖାଇବା ଦ୍ୱାରା ଆମର ହଜମ ପ୍ରକ୍ରିୟା ଭଲ ଭାବରେ କାମ କରିଥାଏ । ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ଗ୍ୟାସ୍, ବଦହଜମି ଏବଂ ଏସିଡିଟି ମଧ୍ୟ କମିଯାଏ ।
-ଭୃସଙ୍ଗ ପତ୍ରରେ ଭିଟାମିନ୍ ଏ, ବି, ସି ଏବଂ ଇ ଥାଏ । ଏହି ସମସ୍ତ ଉପାଦାନ ଆମ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରେ ।ଏହା ସ୍କିନ୍କୁ ଉନ୍ନତ କରିଥାଏ ଏବଂ କେଶକୁ ମଧ୍ୟ ସୁସ୍ଥ ରଖିଥାଏ ।
- ଆପଣ ପିମ୍ପଲ୍ ଏବଂ ଦାଗ ଇତ୍ୟାଦି ସ୍କିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ନିୟମିତ ଭାବରେ ଭୃସଙ୍ଗ ପତ୍ର ଖାଇବା ଉଚିତ୍।
-ଆଣ୍ଟି -ବ୍ୟାକ୍ଟେରିଆଲ୍ ,ଆଣ୍ଟି-ଫଙ୍ଗଲ୍, ଆଣ୍ଟି-ଅକ୍ସିଡାଣ୍ଟ ଭଳି ଅନେକ ଗୁଣ ଭୃସଙ୍ଗ ପତ୍ରରେ ରହିଥାଏ। ଏହି ସମସ୍ତ ଉପାଦାନ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଅର୍ଥାତ୍ ରୋଗରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରିଥାଏ ।
- ଏହା ବ୍ୟତୀତ ଭୃସଙ୍ଗ ପତ୍ର ଇନଫେକ୍ସନରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏଥିରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟଗୁଡ଼ିକ ଫ୍ରି ରେଡିକାଲସ୍ ସହିତ ଲଢ଼ିବାରେ ସହାୟକ ହୋଇଥାଏ ।
- ଭୃସଙ୍ଗ ପତ୍ରରେ ଭିଟାମିନ୍ ଏ, ବି, ସି ଏବଂ ଇ ଥାଏ । ଏହି ସମସ୍ତ ଉପାଦାନ ଆମ ରକ୍ତକୁ ସଫା ରଖିବାରେ ସାହାଯ୍ୟ କରେ । ଏହା ସ୍କିନ୍କୁ ଉନ୍ନତ କରିଥାଏ ଏବଂ କେଶକୁ ମଧ୍ୟ ସୁସ୍ଥ ରଖିଥାଏ ।
- ଯଦି ଆପଣ ପିମ୍ପଲ୍ ଏବଂ ଦାଗ ଇତ୍ୟାଦି ସ୍କିନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ନିୟମିତ ଭାବରେ ଭୃସଙ୍ଗ ପତ୍ର ଖାଇବା ଉଚିତ୍।
- ଭୃସଙ୍ଗ ପତ୍ର ଫାଇବରରେ ଭରପୂର ହୋଇଥାଏ । ତେଣୁ ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହା କାମ କରିଥାଏ ।
- ଭୃସଙ୍ଗ ପତ୍ର ହୃଦ୍ଘାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।
- ଭୃସଙ୍ଗ ପତ୍ରରେ ପ୍ରଚୁର ପରିମାଣରେ ପୋଟାସିୟମ୍ ମଧ୍ୟ ମିଳିଥାଏ, ଯେଉଁ କାରଣରୁ ଏହାକୁ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର ସହ ଜଡ଼ିତ କୌଣସି ଅସୁବିଧା ହୁଏ ନାହିଁ ।