‘ଦାନା’ ଛଡାଇ ନେଲା ଭାଗଚାଷୀଙ୍କ ଦାନା ଭାଙ୍ଗି ପଡିଛି ଚାଷୀ; କୋବି, କଲରା, ବାଇଗଣରେ ଆଣ୍ଠୁଏ ପାଣି
କୁଆଖିଆ :ଜମି ମାଲିକ ନିକଟରୁ ଜମି ଆଣି ଭାଗଚାଷୀ ଭାବରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଲଗେଇଥିବା କୋବି, କଲରା, ବାଇଗଣ, ଝୁଡଙ୍ଗ ଫସଲ ଏବେ ଆଣ୍ଠୁଏ ପାଣିରେ ବୁଡି ରହିଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବଡ଼କଇଁଚି, ନଠୁଆବର ପଞ୍ଚାୟତ ମଧ୍ୟ ଭାଗରେ ଥିବା ମଇଁଶି ଗୋଠ ଜମିରେ । ଏହି ଅଂଚଳର କେତେକ ଚାଷୀ ନିକଟସ୍ଥ ଜମି ମାଲିକ ନିକଟରୁ ବାର୍ଷିକ ମୂଲ୍ୟ ଦେଇ ଲିଜ୍ ସୁତ୍ରରେ ଜମି ଆଣି ସେଥିରେ ଅର୍ଥକରି ଫସଲ କୋବି, କଲରା, ବାଇଗଣ, ଝୁଡଙ୍ଗ ପ୍ରଭୃତି ଲଗେଇ ଫସଲ ଫଳାଇବା ବେଳକୁ ବାତ୍ୟା 'ଦାନା'ସେମାନଙ୍କ ଉପରେ ଦାଉ ସାଧିଛି । ଫସଲ ଅମଳ ବେଳକୁ ବାତ୍ୟାର ଲଗାଣ ବର୍ଷା ଫଳରେ ଜମି ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିବା ସହିତ ଜମିରେ ଦଲଦଲା ସୃଷ୍ଟି ହୋଇଛି । ଯାହାକି ଫସଲ ପ୍ରତି ବିପଦ ସଙ୍କେତ ସୃଷ୍ଟି କରିଛି । ଜମି ରହିଥିବା ପାଣି କୁ ନିଷ୍କାସନ ପାଇଁ କୈାଣସି ଉପାୟ ନଥିବାରୁ ଗଛ ମୂଳ ପଚି ଯିବାର ସମ୍ଭାବନା ଦେଖା ଦେଇଛି । ଯାହା ଚାଷୀମାନେ ଲଗେଇଥିବା ଫସଲରେ ହଜାର ହଜାର ଟଙ୍କା ବ୍ୟୟରେ ସାର,ଔଷଧ, କୀଟନାଶକ ପାଣିରେ ବୋହିଗଲା ବୋଲି ନଠୁଆବର ପଞ୍ଚାୟତର ଚାଷୀ ଚତୃଭୂଜ ମହାପାତ୍ର, ଶରତ ଚନ୍ଦ୍ର ସ୍ୱାଇଁ, ବଡ଼କଇଁଚି ପଞ୍ଚାୟତର ଭାଗଚାଷୀ ରମେଶ ଚନ୍ଦ୍ର ସାହୁ, ସୁରେଶ ଚନ୍ଦ୍ର ସାହୁ, ବୃନ୍ଦାବନ ସାହୁ ମତ ଦେଇଥିବା ବେଳେ ଜଣେ ଭାଗଚାଷୀ ଏହି ଫସଲ ହାନୀର ଦୁଃଖରେ ଭାଙ୍ଗିପଡିଛନ୍ତି । ସେହିପରି ବ୍ଲକ ଅଞ୍ଚଳର ପରିବା ଝୁଡି କୁହାଯାଉଥିବା ଓଡିଶୋ, ଅର୍ତ୍ତିଆ କୁସନପୁର, ଓଡଙ୍ଗ, ବେତଣ୍ଡା, ମାଣତିରା, ଯାବରା, ଟିକରପଡା, ଦରକୁଣ୍ଡି,ଭୋଟକା, ରସୁଲପୁର, ମୁଗପାଳ, ଫୁଲାଡି, କୁରାଂଶ ପ୍ରଭୃତି ଅପ୍ସଚଳ ଯାହା କି ବର୍ଷକ ବାରମାସ ଏହି ଅଞ୍ଚଳ ମାନଙ୍କରୁ ପରିବା