ଉପଜିଲ୍ଲାପାଳ ଅଫିସ୍ ପରିସରରେ ପ୍ରଶିକ୍ଷଣ
ତାଳଚେର: ତାଳଚେର ଉପଜିଲ୍ଳାପାଳ କାର୍ଯ୍ୟାଳୟ ପରିସରରେ ଆଜି ଅପରାହ୍ଣ ୪ଘଟିକା ସମୟରେ ନାଗରିକ ପ୍ରତିରକ୍ଷା ମକଡ୍ରିଲ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି । ଯୁଦ୍ଧ ସମୟରେ ଜନସାଧାରଣଙ୍କୁ ସୁରକ୍ଷା ଦେବା, ଉତମ ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣ, ନିରବଚ୍ଛିନ୍ନ ବିଦୁ୍ୟତ୍ ସେବା ଆଦି ମୌଳିକ ସୁବିଧା ଯୋଗାଇଦେବା ନେଇ ଏହି ମକଡ୍ରିଲ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି । ମକଡ୍ରିଲରେ ନିୟନ୍ତ୍ରଣ କକ୍ଷ ସ୍ଥାପନ ହେବା ସହିତ ଏୟାର ରେଡୱାର୍ଣ୍ଣଂ ସାଇରନ୍ ସକ୍ରିୟ କରାଯାଇଥିଲା । ଉନ୍ନତ ସ୍ଥାନାନ୍ତରଣ ନିମନ୍ତେ ଜନସାଧାରଣଙ୍କୁ କିପରି ସୁରକ୍ଷା ପ୍ରଦାନ କରାଯାଇ ପାରିବ, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ କିପରି ନିଜକୁ ଆକ୍ରମଣରୁ ସୁରକ୍ଷିତ ରଖିପାରିବେ ଓ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇପାରିବେ, ଅଗ୍ନିନିବାରଣ ଓ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ କ୍ରିୟାଶୀଳ କରାଯାଇଥିଲା ।