ମେଲାଣୀ ନେଲେ ମା’ମହାକାଳୀ

ାା ପ୍ରଭାନୁ୍ୟଜ୍ ।ା ଆନନ୍ଦପୁର: ଗଣ ପର୍ବ କାଳୀ ପୂଜାରେ ମହାକାଳୀ ରୂପରେ ଦୀର୍ଘ ୯ଦିନ ଧରି ଭକ୍ତମାନଙ୍କୁ ଦର୍ଶନ ଦେବାପରେ ମେଲାଣୀ ନେଇଛନ୍ତି ମା’ । ମେଲାଣୀ ନେବା ସମୟରେ ପରିବେଶ ସତେ ଯେମିତି ପରିବେଶ ଭାବବିହ୍ୱଳ ହୋଇ ଉଠିଥିଲା । ଭକ୍ତଙ୍କ ଆଖିରେସ୍ୱତ ପ୍ରବୃତ ଭାବେ ଲୋତକର ଧାରା ବୋହି ଯାଇଥିଲା. ସାର୍ବଜନୀନ କାଳୀପୂଜା କମିଟି ସଭାପତି ଉମେଶ ଚନ୍ଦ୍ର ପାଢ଼ୀଙ୍କ ପ୍ରତେକ୍ଷ୍ୟ ସଂଯୋଜନାରେ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ସହିତ ଦୋଳି, ମୀନାବଜାର, ଖାଦ୍ୟ ଷ୍ଟଲର ଭରପୁର ମଜା ଉଠାଇଥିଲେ ଭକ୍ତମାନେ । ମଣ୍ଡପ ରୁ ବାହାରି ବଡଦାଣ୍ଡ ଦେଇ ସିଧା ବ୍ରିଜ ଛକ ରେ ପହଞ୍ଚି ସେଠାରୁ ଟାଉନ ଭିତରେ ପଶି ରିଙ୍ଗ ବନ୍ଧ ଦେଇ ବୈତରଣୀ ନଦୀରେ ମା’ଙ୍କୁ ବିସର୍ଜନ ଦିଆଯାଇଥିଲା । ସିଂହ ବାଜାରେ ସତେ ଯେମିତି ବଡଦାଣ୍ଡ ଦୁଲୁକି ଉଠିଥିଲା । ସମ୍ପାଦକ ଅଜୟ କୁମାର ହୋତା, ବରିଷ୍ଠ ସଦସ୍ୟ ସେକ ମୋଗଲିଲାଲ, ଲଲାଟେନ୍ଦୁ ଧୀର, ଈଶ୍ୱର ଖୁଣ୍ଟିଆ, ବୈଲୋଚନ ରାମ, ନିକୁଞ୍ଜ ବିହାରୀ ମିଶ୍ର, ମୁରଲୀଧର ମିଶ୍ର, ଗଗନ ସିଂ, ପରମେଶ୍ୱର ରାମ, ମଦନ ପାଣି, ଚକ୍ରଧର ସାହୁ, ସମାଜସେବୀ ରବିନାରାୟଣ ହୋତା, ଦେବ ରଞ୍ଜନ ସାହୁ, ଆଶିଷ ପଟ୍ଟନାୟକ, ମୁଟୁ ରାମ, ଅର୍ଜୁନ ରାମ, ତୋଫାନ ସିଂ, ଜଟିଆ ରାମ, କୃଷ୍ଣ ସାହୁ, ରବୀନ୍ଦ୍ର ବାରିକ, ନୃସିଂହ ରାମ, ଲିଟୁ ଧଳଙ୍କ ସମେତ ଶତାଧିକ ଭକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।