ଆମ ପୁଲିସ ସମିତି ବୈଠକ

 ଜୟପୁର : ସ୍ଥାନୀୟ ଏକ ସଭାଗୃହ ଠାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁଲିସ ପ୍ରଶାସନ  ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜୟପୁର ଉପଖଣ୍ଡ ପୁଲିସ ଅଧିକାରୀ ପାର୍ଥ ଜଗଦୀଶ କଶ୍ୟପ ସମ୍ମାନିତ ଅତିଥି ରୂପେ ଜୟପୂର ପୌରପାଳିକା ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୌର ଉପାଧ୍ୟକ୍ଷା ବି ସୁନିତା, ସଦର ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏକ ସୁସ୍ଥ ବାତାବରଣ ବଜାୟ ରଖିବା ସକାଶେ ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ କରାଯାଇଛି  । ଗଣ ସଚେତନତା ମାଧ୍ୟମରେ ଲୋକଙ୍କ ନିକଟତର ହୋଇ ପୁଲିସ ଲୋକଙ୍କୁ ସୁରକ୍ଷା ଦେବା ସହ ପୁଲିସ ପବ୍ଳିକର ସେତୁ ରୂପେ କାର୍ଯ୍ୟ ପାଇଁ ଅଣ୍ଟା ଭିଡିଛି । ଏହି ପରିପ୍ରେକ୍ଷୀରେ ଜୟପୂର ପୁଲିସ ପକ୍ଷରୁ ସହରର ସମସ୍ତ ବୁଦ୍ଧିଜୀବୀ ଏବଂ ଅନେକ ସଂଗଠନକୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ସହର ମଧ୍ୟରେ ଶାନ୍ତିର ବାତାବରଣ ପାଇଁ ଉପସ୍ଥିତ ଥିବା ବୁଦ୍ଧିଜୀବୀ ମାନେ ନିଜନିଜର ମତ ସାବ୍ୟସ୍ତ କରିଥିଲେ । ଜନ ସମାଜରେ ଘଟୁଥିବା ଅପରାଧ ଭଳି ଅନ୍ୟାନ୍ୟ ସମସ୍ୟା ଟ୍ରାଫିକ ସମସ୍ୟା ସମାଧାନର ରାସ୍ତା ବାହାର କରିବା ସହ ପୁଲିସ ପକ୍ଷରୁ ଟାଉନ ଥାନା ପୁଲିସ ସହାୟତା ନଂ ୯୪୩୮୯୧୬୯୩୦,ସଦର ଥାନା ୯୪୩୮୯୧୬୯୨୮ ଏବଂ ଦାଦା ବଟି କୁ ନା ୯୪୩୮୯୧୬୯୧୮ କୁ ଯୋଗା ଯୋଗ କରିବାକୁ ଜୟପୁର ଉପଖଣ୍ଡ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।