ଉପଜିଲ୍ଲାପାଳ ଭାବେ ମଧୁସ୍ମିତାଙ୍କ ଦାୟିତ୍ୱ ଗ୍ରହଣ

ନୀଳଗିରି: ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଚଳିତ ମାସ ୨୦ ଜୁନ୍ ଠାରୁ ଆସନ୍ତା୧୬ ଡ଼ିସେମ୍ବର ପର୍ଯ୍ୟନ୍ତ ୬ମାସ ଛୁଟିରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ କାର୍ଯ୍ୟାଳୟ ଆଦେଶ ୧୯୪/୨୧/୦୬/୨୦୨୫ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଡ. ମଧୁସ୍ମିତା ସାମନ୍ତରାୟ ନୀଳଗିରି ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଔପଦା ଠାରେ ଜିଲ୍ଲାପାଳ ଏବଂ ଏସ୍ପିଙ୍କ ଯୁଗ୍ମ ଶୁଣାଣି କାର୍ଯ୍ୟକ୍ରମ ପରେ ଅପରାହ୍ନରେ ନୀଳଗିରି କାର୍ଯ୍ୟାଳୟରେ ପହଞ୍ଚôଥିଲେ । କାର୍ଯ୍ୟାଳୟର ବିଭିନ୍ନ ବିଭାଗ କର୍ମକର୍ତ୍ତାମାନଙ୍କ ସହ କିଛି ସମୟ ପରେ ଆସନ୍ତା ରଥ ଯାତ୍ରା ଉପଲକ୍ଷେ ଉପଖଣ୍ଡସ୍ତରୀୟ ପ୍ରଦର୍ଶନୀ ପଡ଼ିଆ ତହସିଲଦାର ସୋନମ୍ ଦାସ, ନିର୍ବାହ ଅଧିକାରୀ ଏନ୍ଏସି ଅଂଶୁମାନ ପରିଡା, ଭାରାପ୍ରାପ୍ତ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ  ମହେନ୍ଦ୍ର ନାଥ ବେହେରା ପ୍ରମୁଖ ବୁଲି ଦେଖିଥିଲେ ।