ରଥଯାତ୍ରା ପାଇଁ ପ୍ରଶାସନର ତଦାରଖ
ନୀଳଗିରି : ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଚଳିତ ବର୍ଷ ରଥଯାତ୍ରା ଆସନ୍ତା ୨୭ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏ ନେଇ ନୀଳଗିରି ପ୍ରଶାସନ ଓ ପୋଲିସ ପକ୍ଷରୁ ମିଳିତ ତଦାରଖ କରାଯାଇଛି । ଏ ନେଇ ରଥଦାଣ୍ଡର ଉଭୟପାର୍ଶ୍ୱରେ ଥିବା ଦୋକାନ ଗୁଡ଼ିକର ସ୍ଥିତି ପରଖିଥିଲେ । ବିଶେଷ କରି ରଥଟଣା ସମୟରେ ବାଧା ନ ଉପୁଜିବା ପାଇଁ ରାସ୍ତାପାର୍ଶ୍ୱ ପର୍ଯ୍ୟନ୍ତ ମାଡି ଆସିଥିବା ଦୋକାନୀମାନଙ୍କୁ ଦୋକାନ ରାସ୍ତା ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ । ଏତଦ୍ଭିନ୍ନ ରଥଟଣା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଯେଭଳି ଶ୍ରଦ୍ଧାଳୁ ଓ ଭକ୍ତମାନେ ରଥଦାଣ୍ଡରେ ସହଜରେ ଚଳପ୍ରଚଳ କରିପାରିବେ ସେଥିପାଇଁ ଦୋକାନୀମାନେ ଯନôବାନ ହେବାକୁ ପରାମର୍ଶ ଦେଇଥିଲେ । ଉଠାଦୋକାନୀ ଏବଂ ସ୍ଥାୟୀ ଦୋକାନରେ ବିକ୍ରି କରାଯାଉଥିବା ଖାଦ୍ୟକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ବାସିଖାଦ୍ୟ ବିକ୍ରି ନ କରିବାକୁ ବାରଣ କରିଥିଲେ । ଏହାବାଦ୍ ଦୋକାନର ପାର୍ଶ୍ୱବର୍ତ୍ତୀ ସ୍ଥାନରେ ଅଳିଆ ଆବର୍ଜନା ନପ କାଇ ଡଷ୍ଟବିନରେ ପକାଇବାକୁ ଆଦେଶ ଦେଇଥିଲ । ଏହି ମିଳିତ ତଦାରତ ଟିମ୍ରେ ନୀଳଗିରି ତହସିଲଦାର ସୋନମ ଦାସ, ଏନ୍ଏସି ଭାରାପ୍ରାପ୍ତ ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡ଼ା, ପୂର୍ତ୍ତବିଭାଗ ଅଧିକାରୀ ଶ୍ରୀନିବାସ ଜେନା, ଏସଡ଼ିପିଓ ପ୍ରମୋଦ ମଲ୍ଲିକ, ଆଇଆଇସି ଗୋବର୍ଦ୍ଧନ ନାୟକ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।