ଏଆଇ ଚକ୍ଷୁ ସ୍କାନରୁ ଜଣାପଡିବ ମଧୁମେହ ; ଦରକାର ପଡ଼ିବନି ରକ୍ତ ପରୀକ୍ଷା
ଏଣିକି ଆଉ ମଧୁମେହ ଚିହ୍ନଟ ପାଇଁ କରିବାକୁ ପଡିବନି ରକ୍ତ ପରୀକ୍ଷା । ଗବେଷକମାନେ ରେଟିନା କିମ୍ବା ଆଖିର ପଛପଟର ଏକ ଉଚ୍ଚ-ରିଜୋଲ୍ୟୁସନ୍ ଫଟୋ ଉଠାଇ ଭାରତୀୟମାନଙ୍କ ମଧ୍ୟରେ ମଧୁମେହ ଚିହ୍ନଟ କରିବାର ଏକ ନୂତନ ଉପାୟ ଆବିଷ୍କାର କରିଛନ୍ତି । ଡାଇବେଟିସ୍ ଟେକ୍ନୋଲୋଜି ଓ ଥେରାପିଉଟିକ୍ସ ଜର୍ଣ୍ଣାଲରେ ପ୍ରକାଶିତ ଏହି ଗବେଷଣା ଅଧ୍ୟୟନ ଦର୍ଶାଉଛି ଯେ ଏଆଇ ଆଖିର ରକ୍ତବାହୀ ନଳୀରେ ଛୋଟ ଛୋଟ ସତର୍କତା ସଙ୍କେତ ଚିହ୍ନଟ କରିପାରିବ । ଯାହା ମଣିଷ ଆଖିକୁ ଦେଖାଯାଏ ନାହିଁ ଯାହା ଆଙ୍ଗୁଠି ଫୁଟାଇ ରକ୍ତ ପରୀକ୍ଷା ବିନା ମଧୁମେହ ଥିବା ଓ ବିନା ଲୋକଙ୍କୁ ପାର୍ଥକ୍ୟ କରିପାରିବ ।
ଚକ୍ଷୁକୁ ଏକ ଝରକା ଭାବରେ ଭାବନ୍ତୁ ଯାହା ଆପଣଙ୍କ ଶରୀରର ଅନ୍ୟ ଅଂଶକୁ ଦେଖେ ବୋଲି ମୁଖ୍ୟ ଲେଖକ, ୟେନେପୋୟା (ଡିମଡ ଟୁ ବି) ବିଶ୍ୱବିଦ୍ୟାଳୟର ଚକ୍ଷୁ ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଓ ଆଟଲାଣ୍ଟାର ଏମୋରୀ ବିଶ୍ୱବିଦ୍ୟାଳୟର ଗ୍ଲୋବାଲ୍ ହେଲଥର ଆସୋସିଏଟ୍ ପ୍ରଫେସର ଡକ୍ଟର ସୌଜନ୍ୟ କୌପ୍ କହିଛନ୍ତି ।
ଏହି ଝରକାରେ ଥିବା ଛୋଟ ଛୋଟ ସଙ୍କେତଗୁଡ଼ିକୁ ପଢ଼ିବା ପାଇଁ ଆଇଏ ବ୍ୟବହାର କରି ଆମେ ଶୀଘ୍ର ରେଟିନା ଫଟୋ ଦ୍ଭ ପରେ କାହାକୁ ମଧୁମେହ ଅଛି କି ନାହିଁ ତାହା ଜାଣିପାରିବା । ଡକ୍ଟର ମୋହନଙ୍କ ଡାଇବେଟିସ୍ ସ୍ପେଶାଲିଟିଜ୍ ସେଣ୍ଟର ଓ ମାଡ୍ରାସ୍ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନର ମେଡିକାଲ୍ ରେଟିନା ଓ ଅକୁଲାର ରିସର୍ଚ୍ଚର ମୁଖ୍ୟ ବରିଷ୍ଠ ଲେଖକ ଡକ୍ଟର ଆର ରାଜଲକ୍ଷ୍ମୀ ଆହୁରି କହିଛନ୍ତି, ଏହି ଅଧ୍ୟୟନରେ ମାନକ ଚକ୍ଷୁ ପରୀକ୍ଷା ସମୟରେ ପୂର୍ବରୁ କଏଦ ହୋଇଥିବା ନିୟମିତ ରେଟିନା ଇମେଜ୍ ବ୍ୟବହାର କରାଯାଇଛି । ଆମେ ଦେଖିଲୁ ଯେ ଚକ୍ଷୁ ରକ୍ତବାହୀ ନଳୀରେ ସୂକ୍ଷ୍ମ ପରିବର୍ତ୍ତନ ଦେଖାଯାଏ ଯାହା ମଧୁମେହ ହେବା ପୂର୍ବରୁ ମଧ୍ୟ ଆରମ୍ଭ ହୁଏ । ଏହି ଗବେଷକମାନେ ରକ୍ତବାହୀ ନଳୀର ବୈଶିଷ୍ଟ୍ୟ ଦେଖିବା ପାଇଁ ଏଆଇ କୌଶଳ ବ୍ୟବହାର କରିଥିଲେ । ଜାଣିପାରିଥିଲେ ଯେ ମଧୁମେହ ଥିବା ଲୋକଙ୍କ ଆଖିର ଶିରାରେ ଯଥେଷ୍ଟ ପରିବର୍ତ୍ତନ ଦେଖାଯାଇଥିଲା । ରେଟିନା ହେଉଛି ସମଗ୍ର ଶରୀରର ଏକମାତ୍ର ସ୍ଥାନ ଯେଉଁଠାରେ ଡାକ୍ତରମାନେ କୌଣସି ଅସ୍ତ୍ରୋପଚାର କିମ୍ବା ଇନଭାସିଭ ଉପକରଣ ବିନା ଏକ ଫଟୋ କ୍ଲିକ୍ କରି ଜୀବନ୍ତ ରକ୍ତବାହୀ ନଳୀ ଦେଖିପାରିବେ । ଅଧ୍ୟୟନରେ ଜଣାପଡିଛି ଯେ ୯୫% ସମ୍ବେଦନଶୀଳତା ସହିତ ପରୀକ୍ଷା ଗୋଷ୍ଠୀରେ ରେଟିନା ଫଟୋଗ୍ରାଫ୍ ବ୍ୟବହାର କରି ଏଆଇ ସଠିକ୍ ଭାବରେ ମଧୁମେହ ଚିହ୍ନଟ କରିପାରୁଛି । ଏମୋରୀ ବିଶ୍ୱବିଦ୍ୟାଳୟର ସହ-ମୁଖ୍ୟ ଲେଖକ ଡକ୍ଟର ସୁଦେଷ୍ଣା ସିଲ୍ କରଙ୍କ ଅନୁଯାୟୀ, ଆମେ ସାଧାରଣ ଓ ମଧୁମେହ ରୋଗୀଙ୍କ ରେଟିନା ଫଟୋ ବ୍ୟବହାର କରି ଶିରାରେ ନିର୍ଦ୍ଦିଷ୍ଟ ଆକୃତି ଓ ପ୍ୟାଟର୍ଣ୍ଣ ଦେଖିବା ପାଇଁ ଏଆଇକୁ ତାଲିମ ଦେଇଥିଲୁ । ଏହା ଏକ ଡିଜିଟାଲ୍ ଡିଟେକ୍ଟିଭ୍ ପରି ଯାହା କେବଳ ଗୋଟିଏ ଫଟୋ ଦେଖି ମଧୁମେହକୁ ଚିିହ୍ନଟ କରିବାରେ ୯୫% ସଠିକ ଅଟେ ।