ଏକ୍ସିଲେଣ୍ଟ କ୍ଲାସେଏସ୍ର ବାର୍ଷିକ ଉସôବ
ନୀଳଗିରି: ନିଳଗିରି ର ଅଗ୍ରୀମ କମ୍ପୁ୍ୟଟର ଶିକ୍ଷାନୁଷ୍ଠାନ ଏକ୍ସସିଲେଣ୍ଟ କ୍ଲାସେସର ସପ୍ତମ ବାର୍ଷିକ ଉସôବ ନିଳଗିରି ଏନ୍ ଏ ସି କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଅଛି । ଆଧୁନିକ ସମାଜର କମ୍ପୁ୍ୟଟର ଶିକ୍ଷାର ଉପାଦେୟତା ସହ ଛାତ୍ରଛାତ୍ରୀଙ୍କ ଜୀବନର ମୂଲ୍ୟବୋଧ ଉପରେ ଉପସ୍ଥିତ ଅତିଥି ମାନେ ଦିଗ୍ଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିବକ୍ତା ଦେବେନ୍ଦ୍ର ପଣ୍ଡା, ରନôାକର ଟାଉନ୍ ହାଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ନିଳଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ର, ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଷ୍ମୀଧର ନାୟକ ମଞ୍ଚାଷୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ଉପସ୍ଥିତ ରହି ଥିବା ବେଳେ ଅନୁଷ୍ଠାନର ମୁଖ୍ୟ ନିହାର ରଞ୍ଜନ ବେହେରା ଅଧ୍ୟକ୍ଷତା କରିଥିଲେ ।