ରକ୍ତଦାନ ଶିବିର 

 ଜଟଣୀ : ସ୍ଥାନୀୟ ଅଗ୍ରୱାଲ ଧର୍ମଶାଳା ପରିସରରେ ଜଟଣୀ ହାଇସ୍କୁଲର ୧୯୮୯ ବ୍ୟାଚ୍ ଛାତ୍ର ଗୋଷ୍ଠୀଙ୍କ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ୍ ୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଡିଓ ରଶ୍ମିତା ନାଥ ଓ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଶିବିରକୁ ପୁରାତନ ଛାତ୍ର ଅକ୍ଷୟ କୁମାର ପୃଷ୍ଟି, ସଞ୍ଜୟ ଶୁକ୍ଲା, ସବିର ରାଜ୍ ଅଲ୍ଲୀ, ସୁଶାନ୍ତ ଦାସ, ଚିତ୍ତରଞ୍ଜନ ଭୂୟାଁ ଓ ଦିଲ୍ଲୀପ ମହାନ୍ତିଙ୍କ ସମେତ ଅନ୍ୟମାନେ ପରିଚାଳନା କରିଥିଲେ ।