ବସ୍ତ୍ର ବାଣ୍ଟିଲେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ

 ଖଇରା : ସାରା ଭାରତ ୭୯ତମ ସ୍ୱାଧିନତା ଦିବସକୁ ବିଭିନ୍ନ ଢଙ୍ଗରେ ପାଳନ କରୁଥିବା ବେଳେ ଖଇରା ବ୍ଲକର ପୂର୍ବତନ ବ୍ଲକ ଉପାଧକ୍ଷ ଜୟନ୍ତ କୁମାର ରାଉତ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । କୁପାରୀ ବାସଭବନ ସମ୍ମଖସ୍ଥ ହେଲିପ୍ୟାଡ ପଡିଆରେ ପତାକା ଉତ୍ତୋଳନ ପରେ କୁପାରୀ ପଞ୍ଚାୟତର ୧ଶହରୁ ଉର୍ଦ୍ଧ ବୁଢୀବୁଢାଙ୍କୁ ନୁତନ ବସ୍ତ୍ରଦେଇ ମୁହଁରେ ହସ ଫୁଟାଇବାକୁ ପ୍ରୟାସ କରିଥିଲେ । ଯାହାକୁ ସ୍ଥାନୀୟ ଅଞ୍ଚଳବାସୀ ଖୁବ ପ୍ରଶଂସା କରିଛନ୍ତି । ଶ୍ରୀ ରାଉତଙ୍କ ସହ ପୂର୍ବତନ ଜିଲାପରିଷଦ ସଭ୍ୟ ବିଷ୍ଣୁପଦ ଘଡେଇ, ବିଜୟ କୁମାର ବାରିକ, ଦେବେନ୍ଦ୍ର କୁମାର ଜେନା, ଭଗବାନ ଜେନା, ବିରେନ୍ଦ୍ର ଜେନା,ପରମେଶ୍ୱର ମହାପାତ୍ର, ପୂର୍ବତନ ସରପଞ୍ଚ ଭବଜ୍ୟୋତ୍ସ୍ନା ନାୟକ, ୱାର୍ଡସଭ୍ୟା କବିତା ପଣ୍ଡା, ବାସନ୍ତି ପାତ୍ର, କୁନ୍ତଳା ମହାରଣା ଓ ସଭ୍ୟ ନିଗମାନନ୍ଦ ବେହେରା, ରତନା ନାୟକ, ଗୌରହରି ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।
ଖରାରେ ସିଝିଲେ ବର୍ଷାରେ ଭିଝିଲେ