ଏଣିକି ଅଲଗା ଏଟିଏମ୍ରୁ ଟଙ୍କା ଉଠାଇଲେ ଚାର୍ଜ
ନୂଆଦିଲ୍ଲୀ : ଏଣିକି ଅଲଗା ଏଟିଏମ୍ରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଅତିରିକ୍ତ ଦେୟ । ଭାରତୀୟ ରିଜର୍ଭ ବ୍ୟାଙ୍କ ଇଣ୍ଟର୍ଚେଞ୍ଜ ଫି’ ସମ୍ବନ୍ଧୀୟ ଏକ ବିଜ୍ଞପ୍ତି ଜାରି କରି ଏହି ଘୋଷଣା କରିଛନ୍ତି । ତେବେ ଏହି ନିୟମ ମେ' ପହିଲାରୁ ଲାଗୁ ହେବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଅର୍ଥାତ ମେ’ ୧ରୁ ଗ୍ରାହକମାନେ କେବଳ ନିଜ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇବେ । ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇଲେ ଏଥିପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ । ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ୍ ପରେ ଏହି ଦେୟ ଲାଗୁ ହେବ ।
ବିଜ୍ଞପ୍ତି ଅନୁସାରେ, ମେ’ ୧ରୁ ଗ୍ରାହକଙ୍କୁ ପ୍ରତି ଟ୍ରାଞ୍ଜାକ୍ସନ ପିଛା ଅତିରିକ୍ତ ୨ ଟଙ୍କା ଦେବାକୁ ପଡ଼ିବ । ଏହାସହିତ ଏଟିଏମ୍ରୁ ଟଙ୍କା ଉଠାଣ ପାଇଁ ପ୍ରତି ଟ୍ରାଞ୍ଜାକ୍ସନରେ ପୂର୍ବରୁ ୧୭ ଟଙ୍କା ଧାର୍ଯ୍ୟ ଥିବା ବେଳେ ଏବେ ତାହା ବର୍ଦ୍ଧିତ ଆକାରରେ ୧୯ ଟଙ୍କା ଦେବାକୁ ପଡ଼ିବ । ଅପରପକ୍ଷେ ଅଣ-ବିତ୍ତୀୟ ଟ୍ରାଞ୍ଜାକ୍ସନ ଯେପରି ବାଲାନ୍ସ ଚେକ୍ ପାଇଁ ମାତ୍ର ୧ଟଙ୍କା ବୃଦ୍ଧି କରାଯାଇଛି । ତେବେ ଏହି ଆକାଉଣ୍ଟ ବାଲାନ୍ସ ଚେକ୍ ଧାର୍ଯ୍ୟ ମୂଲ୍ୟ ପୂର୍ବରୁ ୬ଟଙ୍କା ଥିବା ବେଳେ ଏବେ ଏଥିପାଇଁ ଦେବାକୁ ପଡ଼ିବ ୭ ଟଙ୍କା ।