ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଆନେ୍ଦାଳନରତ ଡାକ୍ତର
ାା ଏଜେନ୍ସି ।ା କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନେ୍ଦାଳନ ଚଳାଇଥିବା ଜୁନୟର ଡାକ୍ତରମାନେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ସେମାନେ ମାମଲାରେ ଉଭୟଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ କୁକର୍ମ ଓ ହତ୍ୟା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ସହ ସେମାନଙ୍କର ତିକ୍ତତା ଲାଗି ରହିଛି । ବେଙ୍ଗଲ ସରକାର ସେମାନଙ୍କୁ ଆଲୋଚନା ପାଇଁ ଡାକୁ ଥିଲେ ହେଁ ଆନେ୍ଦାଳନକାରୀ ଡାକ୍ତରମାନେ ଯାଉ ନାହାନ୍ତି । କ୍ରମାଗତ ତୃତୀୟ ଦିନ ପାଇଁ ଗୁରୁବାର ଆଲୋଚନା ହୋଇ ନ ପାରିବାରୁ ମମତା ମଧ୍ୟ ଇସ୍ତଫା ଦେବାକୁ ରାଜି ଥିବା ଘୋଷଣା କରିଛନ୍ତି । ଏହି ଘଟଣା ପରେ ଆନେ୍ଦାଳନକାରୀ ଡାକ୍ତରମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ୪ ପୃଷ୍ଠାର ଚିଠି ଲେଖିଛନ୍ତି । ଏହାର କପିକୁ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ ରାଷ୍ଟ୍ରପତି ଜଗଦୀପ ଧନକର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ପାଖକୁ ପଠାଇଛନ୍ତି ।
ଏଥିରେ ସେମାନେ ଲେଖିଛନ୍ତି ଯେ ଦେଶର ମୁଖିଆ ହିସାବରେ ଆମେ ଏହି ପ୍ରସଙ୍ଗକୁ ଆପଣଙ୍କ ଆଗରେ ବେଶ ବନମ୍ରତାର ସହ ଉପସ୍ଥାପନ କରୁଛୁ । ଏହାଦ୍ୱାରା ଭୟଙ୍କର ଅପରାଧର ଶିକାର ହୋଇଥିବା ଆମ ସହକର୍ମୀଙ୍କୁ ଉପଯୁକ୍ତ ନ୍ୟାୟ ମିଳି ପାରିବ । ଏଥିସହ ଆମେ ପଶ୍ଚିମବଙ୍ଗ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ସ୍ୱାସ୍ଥ୍ୟକର୍ମୀମାନେ ବିନା ଭୟ ଓ ଆଶଙ୍କାରେ ଲୋକଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିପାରିବୁ । ଆନେ୍ଦାଳନ ଆରମ୍ଭ ଦିନ ଠାରୁ ପ୍ରତିଷ୍ଠାନ ଜନିତ ବିପଦ, ହିଂସା ଓ ଭଙ୍ଗାରୁଜା ବଢିବାରେ ଲାଗିଛି । ଏପରି ଏକ କଠିନ ସମୟରେ ଆପଣଙ୍କ ହସ୍ତକ୍ଷେପ ଆମ ସମସ୍ତଙ୍କ ପାଇଁ ଗୋଟିଏ ଆଶାର କିରଣ ଭାବେ ଉଭା ହେବ । ଆମ ଚାରିପାଖକୁ ଘେରି ରହିଥିବା ଅନ୍ଧକାରରୁ ମୁକୁଳିବା ପାଇଁ ଆମକୁ ଏହି କିରଣ ରାସ୍ତା ଦେଖାଇବ । । ଅଗଷ୍ଟ ୯ରେ ଆରଜି କର ହସ୍ପିଟାଲରେ ଭୟଙ୍କର ଘଟଣା ଘଟିଥିବା ବେଳେ ମାସ ଶେଷ ବେଳକୁ ରାଷ୍ଟ୍ରପତି ମୁର୍ମୁ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ । ସେ ଏହାକୁ ଅତ୍ୟନ୍ତ ଭୟଙ୍କର ଓ ଘଟଣାରେ ସେ ବିଚଳିତ ବୋଲି ମଧ୍ୟ କହିଥିଲେ । ଜୁନିୟର ଡାକ୍ତରମାନେ ଚିଠିରେ ଆହୁରି ଲେଖିଛନ୍ତି, ଅପରାଧର ଭୟାବହତା, ଏହାକୁ ଲୁଚାଇବା ପାଇଁ ପ୍ରୟାସ ଓ ଏହାପରେ ସୃଷ୍ଟି ହୋଇଥିବା ଭୟର ପରିବେଶ ପୂରା ଦେଶକୁ ଜାଗ୍ରତ କରିଛି । ପୀଡିତଙ୍କ ପାଇଁ ନ୍ୟାୟ ଦାବିରେ ପଶ୍ଚିମବଙ୍ଗର ଲୋକମାନେ ରିକ୍ଲେମ ଦ ନାଇଟ ନାମରେ ଆନେ୍ଦାଳନ ମଧ୍ୟ କରିଛନ୍ତି । ଭୟ, ଅବିଶ୍ୱାସ ଓ ହତାଶର ପରିବେଶ ମଧ୍ୟରେ ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ବାଧ୍ୟ ହୋଇ ହସ୍ପିଟାଲରେ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରୁଛନ୍ତି ।