ଏନଇପି ପ୍ରଶିକ୍ଷଣ ଶିବିର ଉଦଯାପିତ

 ଭୁବନେଶ୍ୱର  : ସରସ୍ୱତୀ ଶିଶୁ ମନ୍ଦିର ଯୋଜନା ଆଧାରିରେ ୟୁନିଟ -୩ ସଙ୍କୁଳ ସ୍ତରୀୟ ସାମୂହିକ ପ୍ରଶିକ୍ଷଣ ଶିବିର ତିନି ଦିନ ଧରି ଭୁବନେଶ୍ୱର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଭୀମ ଟାଙ୍ଗୀ ଠାରେ ଅନୁଷ୍ଠିତ ହୋଇଯାଇଛି ।  ଉଦ୍ଘାଟନୀ ଉସôବରେ କ୍ୟାପିଟାଲ ହସ୍ପିଟାଲର ଅସ୍ଥି ଶଲ୍ୟ ବିଭାଗର ବରିଷ୍ଠ ଡ଼ାକ୍ତର ନାରାୟଣ ରାଉତ, ଭୁବନେଶ୍ୱର ମହାନଗରର ସଂଘ ଚାଳକ ଶ୍ରୀନିବାସ ମାନସିଂହ, ଶିକ୍ଷାବିତ୍ କମଳ କୁମାରୀ ଦାସ ଓ ସଙ୍କୁଳ ପ୍ରମୁଖ ମହେନ୍ଦ୍ର କୁମାର ସାହୁ ଅତିଥି ରୂପେ ଯୋଗଦେଇ ଶିକ୍ଷାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଭୁବନେଶ୍ୱରର ପ୍ରମୁଖ ୭ଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାୟ ୧୫୬ ଜଣ  ଗୁରୁଜୀ ଗୁରୁମା ଯୋଗ ଦେଇ ଥିଲେ ।  
ନୂତନ ଜାତୀୟ ଶିକ୍ଷାନୀତି ଆଧାରରେ କିପରି ବିଷୟ ଅନୁଯାୟୀ ପାଠ ପଢା ଯିବ ସେ ବିଷୟରେ ଏନଇପି ଆଧାରରେ ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ଉନ୍ନତ ମାନର ଶିକ୍ଷଣ କୌଶଳ ପ୍ରଦାନ କରାଯାଇଛି  । ଉଦଯାପନୀ ଉସôବରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱରର ପ୍ରଫେସର ଲକ୍ଷ୍ମୀଧର ବେହେରା ଯୋଗ ଦେଇ  ନୂତନ ଜାତୀୟ ଶିକ୍ଷା ନୀତି ସମ୍ୱଦ୍ଧରେ ବିସ୍ତୃତ ଗୁରୁତ୍ୱ ଆରୋପ କରିଥିଲେ । ଶିକ୍ଷା ହେଉଛି ଶିଶୁର ମୌଳିକ ଅଧିକାର ।  ପ୍ରତ୍ୟେକ ଛାତ୍ର ଛାତ୍ରୀ ଦେଶର ଉତ୍ତର ପିଢ଼ି । ଉନ୍ନତ ଛାତ୍ର ବିକଶିତ ରାଷ୍ଟ୍ରର ପ୍ରକୃତ ଦାୟଦ । ବୋଲି  ମୁଖ୍ୟ ଅତିଥି ପ୍ରଫେସର ଲକ୍ଷ୍ମୀଧର ବେହେରା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଶିକ୍ଷାବିତ୍ ଚପଳା ଜେନା ସ୍ପକେନ୍ ଇଂରାଜୀ ଶିକ୍ଷଣ କୌଶଳ ପ୍ରଦାନ କରିଥିଲେ । ଉକ୍ତ ସମାରୋପ ଉସôବରେ ଶିକ୍ଷାବିତ୍  ରଂଜନ କୁମାର ପରିଡ଼ା, ଶିକ୍ଷାବିତ୍ ବିଷ୍ଣୁ ଚରଣ ସାହୁ, ପରିଚାଳନା ସମିତି ସଦସ୍ୟା ମମିତା ରାଣୀ ସେଠୀ, ପୂର୍ବ ସମ୍ଭାଗର ସଦସ୍ୟା ବାସ୍ତବା ଦତ୍ତ ରଥ ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ବ୍ୟବସ୍ଥାକୁ ଭୂରି ଭୂରି ପ୍ରଶଂସା କରିଥିଲେ ।