ଏନ୍ଜେଡବ୍ଲୁ୍ୟ ରୋଭର୍ ୟୁନିଟ୍ର ରୋଭର ଆସ୍ପିରାଣ୍ଟ ଏଣ୍ଟ୍ରାସ ଟେଷ୍ଟ 


ାା ପ୍ରଭାନୁ୍ୟଜ୍ାା ଜଗତସିଂହପୁର: ନିଲେ ଝଣ୍ଡେ ୱାଲେ ଓପନ୍ ୟୁନିଟ୍ ଭାରତ ସ୍କାଉଟ୍ ଏବଂ ଗାଇଡ୍ର ଏକ ଦିବସୀୟ  ରୋଭର ଆସ୍ପିରାଣ୍ଟ ଏଣ୍ଟ୍ରାସ ଟେଷ୍ଟ ସ୍ଥାନୀୟ ଶୁଦ୍ଧାନନ୍ଦ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ନିମନ୍ତେ ବିଦ୍ୟାଳୟ ପରିସରରେ ସିନିୟର୍ ରୋଭର୍ ମେଟ୍ ମାନଙ୍କ ଦ୍ୱାରା  ପ୍ରଥମେ ପରିକ୍ଷାର୍ଥୀ ମାନଙ୍କର ନାମ ପଞ୍ଜିକୃତ କରାଯାଇଥିଲା  । ୟୁନିଟ୍ ଲିଡର ବିଜୟ କୁମାର ରଥ ଏବଂ ଶୁଦ୍ଧାନନ୍ଦ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ତଥା ଏନ୍. ଜେ. ଡ଼ବ୍ଲୁର ଭାରପ୍ରାପ୍ତ ରୋଭର୍ ଲିଡର ଆଶୁତୋଷ ପଣ୍ଡା ଙ୍କ ନେତୃତ୍ୱରେ ପ୍ରଥମେ ଫ୍ଲାଗ ସେରେମୋନୀ କରାଯାଇଥିଲା । ପରେ ପରେ ବିଦ୍ୟାଳୟର ଆଡମିନିଷ୍ଟ୍ରେଟିଭ୍ ଅଫିସର୍ ବ୍ରହ୍ମଚାରୀ ଯଦୁନାଥ ଦାସ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ ପରୀକ୍ଷାର୍ଥୀ ମାନଙ୍କ ଉଦେ୍ଦଶ୍ୟରେ କିଛି ଅଭିଭାଷଣ ପ୍ରଦାନ କରିଥିଲେ । ପରେ ପରେ ପିଲାମାନଙ୍କର ଲିଖିତ ଏବଂ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ପରୀକ୍ଷକ ଭାବେ ଜିଲ୍ଲା କମିଶନର ଅତୁଲ ବିକ୍ରମ ପ୍ରଧାନ, ଜିଲ୍ଲା ଟ୍ରେନିଂ କମିଶନର ହରେକୃଷ୍ଣ ଲେଙ୍କା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୂଲ୍ୟ କୁମାର ମିଶ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ସ୍ମୃତିରଞ୍ଜନ ସ୍ୱାଇଁ, ପୁରୋହିତପୁର ହାଇସ୍କୁଲର ସ୍କାଉଟ୍ ମାଷ୍ଟର ଅଞ୍ଜନ କୁମାର ସାହୁ , ଶୁଦ୍ଧାନନ୍ଦ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରାକେଶ ରୋଶନ ସାହୁ, କ୍ରୀଡା ଶିକ୍ଷକ ଅଭୟ କୁମାର ପାଲ୍ ଏବଂ କମ୍ପୁ୍ୟଟର ଶିକ୍ଷକ ସୁରେଶ କୁମାର ସେନ୍ ପ୍ରଭୃତି ଯୋଗଦେଇ ପିଲାମାନଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ  ନିରୀକ୍ଷଣ କରିଥିଲେ । ଏହି ପରୀକ୍ଷାରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୪୧ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ । ପରେ ପରେ ବିଦ୍ୟାଳୟରେ ଏନ୍.ଜେ. ଡବ୍ଲୁ ରୋଭର୍ ଟିମ୍ ଦ୍ୱାରା ଏକ ବୃକ୍ଷରୋପଣ କରାଯାଇଥିଲା । ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ପରେ ପରୀକ୍ଷାର୍ଥୀମାନଙ୍କର ମାନସିକ ଦକ୍ଷତାର ବୃଦ୍ଧି ନିମନ୍ତେ  ସେମାନଙ୍କୁ ୭ ଟି ପକ୍ଷଟ୍ରୋଲରେ ବିଭକ୍ତ କରି ସେମାନଙ୍କ ମଧ୍ୟରେ ଏମ. ଓ.ପି ନେଟ୍ ୱକ୍ଷର୍କିଙ୍ଗ ଗେମ୍ର ଆୟୋଜନ କରାଯାଇଥିଲା । ଏହା ପରେ ଯୋଗ ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ମାନଙ୍କୁ ୟୁନିଟ୍ ଲିଡର ବିଜୟ କୁମାର ରଥ, ଭାରପ୍ରାପ୍ତ ରୋଭର୍ ଲିଡର ଆଶୁତୋଷ ପଣ୍ଡା, ଏନ୍.ଜେ.ଡବ୍ଲୁର ଆଡଭାଇଜରି କମିଟିର ସଦସ୍ୟ ଅମୂଲ୍ୟ କୁମାର ମିଶ୍ର, ସ୍ମୃତି ରଞ୍ଜନ ସ୍ୱାଇଁ,ରାକେଶ ରୋଷନ୍ ସାହୁ, ଅଞ୍ଜନ କୁମାର ସାହୁ, ଅଭୟ ପାଲ୍ କିପରି ଭାବେ ରୋଭର ଅକ୍ଷସ୍ପିରାଣ୍ଟରୁ ପ୍ରବେଶ ପର୍ଯ୍ୟନ୍ତ ୩ ମାସ ସ୍କାଉଟିଂ କାର୍ଯ୍ୟକ୍ରମ କରିବାକୁ ହୁଏ ତାଲିମ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିନିୟର୍ ରୋଭର ମେଟ୍ ରାଜେଶ୍, ଲକ୍ଷ୍ମୀଧର ରୋଭର୍ ମେଟ୍ ଆକାଶ, ସନ୍ତୋଷ, କ୍ରାନ୍ତି,ସଂଗ୍ରାମ, ମାନସ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପୁରସ୍କାର ସ୍କାଉଟ୍ସ୍ ପ୍ରସାଦ, ଅଞ୍ଜନେୟ, କୀର୍ତ୍ତି, ଅଭିଷେକ, ଓଁକାର, ବିଶାଳ, ଅମରିତ୍, ସତ୍ୟମେବ