ଘର ଉପରେ ଛିଡିଲା ୧୧କେଭି ବିଦୁ୍ୟତ ତାର
ାା ପ୍ରଭାନୁ୍ୟଜ୍ାା ରାଜନଗର ; ରାଜନଗର ବ୍ଲକ କଣ୍ଡିରା ପଞ୍ଚାୟତ ଅମଣାପାରି ଗାଁରେ ଏକ ଅଭାବନୀୟ ଘଟଣାରୁ ଅଳ୍ପକେ ବର୍ତ୍ତିର୍ ଯାଇଛନ୍ତି ଅଭାବୀ ଦଳିତ ପରିବାର । ଏହି ଗାଁର ଚୈ÷ତନ୍ୟ ମଳିକଙ୍କ ଘର ଉପର ଦେଇ ୧୧କେଭି ବିଦୁ୍ୟତ ତାର ଯାଇଛି । ଦିନ ପ୍ରାୟ ୯ଟା ସମୟରେ ତାଙ୍କ ଘରଠାରୁ ଅଳ୍ପ ଦୂରରେ ଚାଷଜମି ମଧ୍ୟରେ ୧୧କେଭି ବିଦୁ୍ୟତ ତାର ଛିଡି ଯାଇଥିଲା । ସେତେବେଳେ ବିଦୁ୍ୟତ ନଥିବାରୁ ଚୈ÷ତନ୍ୟ ପରିବାର ସହ ଗାଁର ଅନେକ ଲୋକ ମୃତୁ୍ୟମୁଖରୁ ବଞ୍ଚôଯାଇଛନ୍ତି । ବିଦୁ୍ୟତ ତାର ତା ଘର ଉପରୁ ହଟାଇବା ପାଇଁ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ହାରିଗୁହାରୀ କରି ଆସୁଥିଲେ ମଧ୍ୟ କେହି ଶୁଣିନଥିଲେ । ସୋମବାର ଦିନ ତାର ଛିଡି ପଡିବା ପରେ ତାର ବାନ୍ଧିବା ପାଇଁ ଚୈ÷ତନ୍ୟ ବିରୋଧ କରିଥିଲେ । ଚୈ÷ତନ୍ୟ ତାଙ୍କ ଘର ଉପରେ ତାର ବନ୍ଧାଇ ନଦେବାରୁ ବିଭାଗୀୟ ସହକାରୀ ଯନ୍ତ୍ରୀ କୁଳମଣୀ ସେଠୀ ରାଜନଗର ପୋଲିସର ସହାୟତା ନେଇଥିଲେ । ପୋଲିସ ଉପସ୍ଥିତିରେ ତାର ବାନ୍ଧିଥିଲେ । ସୂଚନା ଥାଉକି, ୨୦୨୩ ମସିହା ଅକ୍ଟୋବର ମାସ ୧୪ତାରିଖ ଦିନ ଚୈ÷ତନ୍ୟ ଘର ଉପରେ ୧୧କେଭି ବିଦୁ୍ୟତ ତାର ଛିଡି ପଡିଥିଲା । ତାଙ୍କର ଦୁଇ ବଖରା ଚାଳଛପର ଘର ଜଳିଯିବା ସହ ତାଙ୍କ ସ୍ତ୍ରୀ ଓ ଗାଈ ଗୁରୁତର ଆହତ ହୋଇଥିଲେ । ଏହି ଅଭାବୀ ପରିବାର ପ୍ରଶାସନ ନିକଟରେ ସେବେଠାରୁ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଚୈ÷ତନ୍ୟ କହିଛନ୍ତି । ଜିଲ୍ଲାପାଳ ଏହି ଅଭାବୀ ପରିବାର ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।