ଏବେ ବରିଷ୍ଠଙ୍କୁ ଲୋଡ଼ିଲେ ନବୀନ 

ଏବେ ବରିଷ୍ଠଙ୍କୁ ଲୋଡ଼ିଲେ ନବୀନ 


ଭୁବନେଶ୍ୱର : ଚବିଶରେ ଚେତିବା ପରେ ପଚିଶରେ ବଦଳି ଯାଇଛି ବିଜେଡ଼ି । ଆଗରୁ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବାବେଳେ ଏବେ କିନ୍ତୁ ବରିଷ୍ଠଙ୍କୁ ଲୋଡ଼ିବାକୁ ଦଳ ବାଧ୍ୟ ହୋଇଛି  । ବିଶେଷକରି ଛାମୁଆ ସଂଗଠନ ଓ ରାଜନୈତିକ ବ୍ୟାପାର କମିଟିରେ ବରିଷ୍ଠ ନେତାମାନଙ୍କୁ ସ୍ଥାନୀତ କରାଯାଇଛି  । ଭିକେ ପାଣ୍ଡିଆନଙ୍କୁ ଖୋଲାଖୋଲି ବିରୋଧ କରୁଥିବା କିଛି ନେତାଙ୍କୁ ଦାୟିତ୍ୱ ମିଳିଥିବାବେଳେ କିଛି ନେତାଙ୍କ ପକ୍ଷଚ୍ଛେଦନ କରାଯାଇଛି  । 
ଏସବୁ ଭିତରେ ଆଉ ଏକ ବଡ଼ କଥାଟି ହେଉଛି, ସାଂଗଠନିକ ସମ୍ପାଦକ ପଦବୀ ଉଚ୍ଛେଦ କରାଯାଇଛି । ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ପୂର୍ବରୁ ନବୀନ ଏମିତି ପଦବୀ ସୃଷ୍ଟି କରିଥିଲେ । କିନ୍ତୁ ଏହି ପଦବୀଟି ବିଜେଡ଼ି ପାଇଁ ବୁମେରାଂ ହୋଇଥିଲା ବୋଲି ନବୀନ ବୁଝିଯାଇଛନ୍ତି । ଅନେକ ବର୍ଷ ପରେ ବିଜେଡ଼ି ରାଜନୈତିକ ବ୍ୟାପାର କମିଟି ଗଠନ କରିଛି । ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଗଠିତ ହୋଇଛି  । କମିଟିରେ ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ସଂଜୟ କୁମାର ଦାସବର୍ମା, ପ୍ରଣବ ପ୍ରକାଶ ଦାସ, ସୁଦାମ ମାରାଣ୍ଡି, ଟୁକୁନି ସାହୁ, ଡକ୍ଟର ସସ୍ମିତ ପାତ୍ର, ଡକ୍ଟର ସଂତୃପ୍ତ ମିଶ୍ର ରହିଛନ୍ତି  । ସେହିପରି ବିଜୁ କୃଷକ ଜନତା ଦଳ ସେଲର ସଂଯୋଜକ ଭାବେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ, ବିଜେଡ଼ି ଆଞ୍ଚଳିକ ବିକାଶ ସେଲର ଆବାହକ ଭାବେ ଅନଙ୍ଗ ଉଦୟ ସିଂହଦେଓଙ୍କୁ ଦାୟିତ୍ୱ  ମିଳିଛି । ଅପରପକ୍ଷରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଜେଡ଼ି ସମବାୟ ସେଲ୍‌, ବଦ୍ରି ନାରାୟଣ ପାତ୍ରଙ୍କୁ ବିଜେଡ଼ି ଶିକ୍ଷା ଓ ଶିକ୍ଷକ ସେଲ୍‌, ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ବିଜେଡ଼ି ମତ୍ସ୍ୟଜୀବୀ ସେଲ୍‌, ମଙ୍ଗଳା କିଷାନଙ୍କୁ ଆଦିବାସୀ ସେଲ୍‌ ଦାୟିତ୍ୱ ମିଳିଛି  । ଏହି ସବୁ ନେତା ବରିଷ୍ଠ ଉପସଭାପତି ର‍୍ୟାଙ୍କ ମିଳିଛି  । ସେହିପରି ଦେବାଶିଷ ସାମନ୍ତରାୟଙ୍କୁ ବରିଷ୍ଠ ନାଗରିକ ସେଲ୍‌ ଓ ଡକ୍ଟର ଅରୁଣ କୁମାର ସାହୁଙ୍କୁ ଓବିସି ସେଲ ଆବାହକ ଦାୟିତ୍ୱ ଦିଆଯାଇଛି  । ସେମାନେ ଉପସଭାପତି ବୋଲି ଦର୍ଶାଯାଇଛି  । ମହେଶ ସାହୁଙ୍କୁ ଏସସି ସେଲ୍‌ ଓ ଅମର ପଟ୍ଟନାୟକଙ୍କୁ ଆଇଟି ଓ ସୋସିଆଲ ମିଡ଼ିଆ ସେଲର ଆବାହକ ଦାୟିତ୍ୱ ମିଳିଛି  । ଏହି ଦୁଇ ନେତା ବରିଷ୍ଠ ସାଧାରଣ ସମ୍ପାଦକ ରହିଛନ୍ତି  । ରାଜ୍ୟ ପଦାଧିକାରୀ ତାଲିକାରେ ୭୭ ଜଣ ନେତା ରହିଛନ୍ତି  । ବରିଷ୍ଠ ଉପସଭାପତି ଭାବେ ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ନିଯୁକ୍ତି ମିଳିଛି । ସେହିପରି ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଂଜୟ କୁମାର ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ୱିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ, ଶାରଦା ପ୍ରସାଦ ନାୟକ ଉପସଭାପତି ହୋଇଛନ୍ତି  । ସୁବାସ ସିଂ ପୂର୍ବଭଳି କୋଷାଧ୍ୟକ୍ଷ ଦାୟିତ୍ୱ ବଜାୟ ରଖିଛନ୍ତି  । ଏତଦବ୍ୟତୀତ କଳିକେଶ ନାରାୟଣ ସିଂହଦେଓ, ପ୍ରୀତିରଞ୍ଜନ ଘଡେ଼ଇ, ରମେଶ ଚନ୍ଦ୍ର ମାଝୀ, ଟୁକୁନି ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭ୍ରୁଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଧ୍ରୁବଚରଣ ସାହୁ, ସୁଶାନ୍ତ ସିଂ, ସୁଧିର ସାମଲ, ଅନନ୍ତ ନାରାୟଣ ଜେନା, ଲେଖାଶ୍ରୀ ସାମନ୍ତସିଂହାର, ରାଜଶ୍ରୀ ମଲ୍ଲିକ, ମାନସ ମଙ୍ଗରାଜ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ସ୍ନେହାଗିନୀ ଛୁରୀଆ, ଜଗନ୍ନାଥ ସାରକାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି  । ଅପରପକ୍ଷରେ ତୁଷାରକାନ୍ତି ବେହେରା, ସୌଭିକ ବିଶ୍ୱାଳ, ଶାରଦା ପ୍ରସାଦ ଜେନା, ବାସନ୍ତୀ ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂ, ଗୌତମବୁଦ୍ଧ ଦାସ, ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା, ଚକ୍ରମଣି କହଁର, ପ୍ରଦୀପ ଦିଶାରୀ, ସୁଶାନ୍ତ ରାଉତ, ବିଭୂତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି, ମନ୍ମଥ ରାଉତରାୟ, ମୁକେଶ ପାଲ୍‌, ସ୍ୱରୂପ ଦାସ, ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଶି, ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଥ ନାୟକ, ମାଧବ ସର୍ଦ୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନି ଓ ଗିରିଶ ଦାସଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ୬ ଜିଲ୍ଲା ପାଇଁ ଜିଲ୍ଲା ସଭାପତି ବି ନିଯୁକ୍ତ କରାଯାଇଛି  । କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ୱର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ନିମନ୍ତେ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୂରଭଞ୍ଜ-୨ ପାଇଁ ଡକ୍ଟର ଦେବାଶିଷ ମାରାଣ୍ଡି, ସମ୍ବଲପୁର ନିମନ୍ତେ ରୋହିତ ପୂଜାରୀ ଓ ବଲାଙ୍ଗୀର ଜିଲ୍ଲା ସଭାପତି ଭାବେ ସରୋଜ କୁମାର ମେହେରଙ୍କୁ ନିଯୁକ୍ତି ଦିଆଯାଇଛି  । ଦିଲ୍ଲୀପ ତିର୍କୀଙ୍କ ଆବାହକତ୍ୱରେ ଦଳର ସଂଖ୍ୟାଲଘୁ ସେଲ୍‌ ଗଠନ କରାଯାଇଛି  । ଏଥିରେ ସହ ସଂଯୋଜକ ଭାବେ ରିଜୱାନା ବେଗମ, ମୁଜିବୁଲ୍ଲା ଖାନ, ଆୟୂବ ଖାନ୍‌ ଓ ଏସକେ ନିଜାମୁଦ୍ଦିନଙ୍କୁ ଦାୟିତ୍ୱ ମିଳିଛି  ।