ମହିଳାଙ୍କ ପାଇଁ ନୂଆ ଆଶା ଗ୍ରାମୀଣ ଶିଳ୍ପ ପାର୍କ 


ମହିଳା ହେବେ ସଶକ୍ତ । ସ୍ୱୟଂ ସହାୟକ ଗୋଷ୍ଠୀକୁ ଆହୁରି କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି  ।ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ଶିଳ୍ପ ଉଦ୍ୟାନ ଗେଡିଆପଲ୍ଲୀରେ ସ୍ଥାପିତ ହୋଇଛି । ଖୋର୍ଦ୍ଧା ଜିଲ୍ଲା  ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ଗ୍ରାମପଞ୍ଚାୟତର ଗେଡ଼ିଆପଲ୍ଲୀ ଗ୍ରାମରେ ବନ୍ଦ ଥିବା ସ୍କୁଲ ଘରକୁ ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ପରିଣତ କରିଛି ଜିଲ୍ଲା ପ୍ରଶାସନ । ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଉଦ୍ୟାନ ପ୍ରସ୍ତୁତ ହୋଇଥିବା ବେଳେ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଲାଭବାନ ହେଉଛନ୍ତି ମହିଳା । ଅଗରବତୀ ଠାରୁ ମସଲା ପର୍ଯ୍ୟନ୍ତ ମୁଢିଠାରୁ ଡାଲି ପର୍ଯ୍ୟନ୍ତ ଓ ସିଲେଇ ଠାରୁ ବଡି, ପାମ୍ପଡ ପର୍ଯ୍ୟନ୍ତ ମହିଳାମାନେ ପ୍ରସ୍ତୁତ କରିବେ ଏବଂ ସ୍ୱାବଲମ୍ବୀ ହେବେ । ଏହି ପ୍ରକଳ୍ପ ଆଉ ଗାଁରେ ସୀମିତ ରହିବନି ବରଂ ସାରା ରାଜ୍ୟ ଏବଂ ରାଜ୍ୟ ବାହାରେ ହେବ ଏହାର ବିକ୍ରିବଟା । ଏଥିପାଇଁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଥିବା ବେଳେ ଜିଲ୍ଲାପ୍ରଶାସନ ମଧ୍ୟ ସହଯୋଗ କରୁଛି । ଏହି ପରିପେକ୍ଷୀରେ ଗେଡିଆପଲ୍ଲୀ ଗ୍ରାମରେ ଜିଲ୍ଲାର ପ୍ରଥମ ଶିଳ୍ପ ଉଦ୍ୟାନରେ ଏବେ ବିଭିନ୍ନ ପ୍ରକାର କାର୍ଯ୍ୟଜାରି ରହିଛି । ଏହି ଶିଳ୍ପ ପାର୍କରେ ଏବେ ପ୍ରାଥମିକ ପଯ୍ୟାୟରେ ପ୍ରାୟ ୯୦ ଜଣ ମହିଳା ଗୋଟିଏ ଛାତତଳେ ରାଇସ ପ୍ରୋସେସିଂ, ଅଗରବତୀ, ଡାଲି ପ୍ରସେସିଂ, ମସଲା ପ୍ରସ୍ତୁତ, ସିଲେଇ, ଗୁପଚୁପ ଅଟା, ମୁଢି, ତେଲ, ବଡି ଭଳି ଅନେକ ପ୍ରକାର ଉତ୍ପାଦକୁ ପ୍ରସ୍ତୁତ କରୁଛନ୍ତି । ସେହିଭଳି ଉତ୍ପାଦକୁ ବିଭିନ୍ନ ସରକାରୀ ମେଳା ମହୋସôବରେ ବିକ୍ରିପାଇଁ ଓରମାସ ସହଯୋଗର ହାତ ବଢ଼ାଇଛି  । ଖାଲି ଏତିକି ନୁହେଁ ଆଗାମି ଦିନରେ ଏହି ପାର୍କରେ ସାରା ବ୍ଲକରୁ ଆଠଶହରୁ ଏକ ହଜାର ମା’ କାମ କରିବା ପାଇଁ ଯୋଜନା କରାଯାଇଛି । ଏହି ଗ୍ରାମୀଣ ଶିଳ୍ପ ଉଦ୍ୟାନରେ ମା’ମାନେ କେବଳ ଉତ୍ପାଦ ବାହାର କରିବେନି ବରଂ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟ ରେ ତାଲିମ ଓ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡିଛି  । କୃଷି ଓ ଅଣକୃଷି ଉତ୍ପାଦର ପ୍ରଚାର ପ୍ରସାରକୁ ଲକ୍ଷ୍ୟରେ ରଖି ଗ୍ରାମୀଣ ଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେଇଥିଲେ  । ଏହି ପାର୍କରେ କେବଳ ଉତ୍ପାଦର ବିକ୍ରିବଟା ପାଇଁ ଭିତ୍ତିଭୂମି ରହିବ ନାହିଁ ବରଂ ମହିଳାମାନଙ୍କୁ ପ୍ରଶିକ୍ଷଣ, ବିପଣନ, ରଣ ସହାୟତା, ବ୍ରାଣ୍ଡିଙ୍ଗ ପରି ସମସ୍ତ ସୁବିଧା ଯୋଗାଇ ଦିଆଯିବ । ମିଶନ ଶକ୍ତି ଏମଏସଏମଇ, ଶିଳ୍ପ ଏବଂ କୃଷି ବିଭାଗର ଏହି ପାର୍କରେ ରହିବ ଅଧିକ ଗୁରୁତ୍ୱ  । ଏହି ଶିଳ୍ପ ପାର୍କରେ କାର୍ଯ୍ୟରତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମଞ୍ଜୁଲତା ପଣ୍ଡା କହିଛନ୍ତି ଏହି ପାର୍କ ଦ୍ୱାରା ଆମ ବ୍ଲକର ଉନ୍ନତି ହେବ ଯେଉଁ ମହିଳାମାନେ ଘରେ ରହି କାମ  ବିଭିନ୍ନ ଜାଗାରେ କରୁଥିଲେ ଏବେ ଗୋଟିଏ ଛାତ ତଳେ ଆମେ ସମସ୍ତେ ଏକାଠି ରହି କାମ କରିବୁ ଏବଂ ଏହା ଆମକୁ ରୋଜଗାର ଯୋଗାଇବ  । ସେହିପରି ଯାଜ୍ଞସେନୀ ଗ୍ରୁପର ଏଲଏସପି