ଓଡ଼ିଆ ଛାତ୍ରୀଙ୍କୁ ଗଣକୁକର୍ମ ଘଟଣା : ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ

ଓଡ଼ିଆ ଛାତ୍ରୀଙ୍କୁ ଗଣକୁକର୍ମ ଘଟଣା : ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଗିରଫ

ଭୁବନେଶ୍ୱର : ଦୁର୍ଗାପୁର ମାମଲା ଏବେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଆଜି ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ପୁଲିସ୍‌ ଗିରଫ କରିଛି । ଫଳରେ ଏହି ମାମଲାରେ ଗିରଫଦାରୀଙ୍କ ସଂଖ୍ୟା ୬ରେ ପହଁଚିଛି । ପୀଡ଼ିତାଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ଆସନ୍ତାକାଲି ପୀଡ଼ିତାଙ୍କ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ ।

ଏନେଇ ଆସାନସୋଲ-ଦୁର୍ଗାପୁର ପୁଲିସ କମିଶନର ସୁନୀଲ କୁମାର ଚୌଧୁରୀ କହିଥିଲେଯେ,ଏବେ ମାମଲାର ତଦନ୍ତ ଚାଲିଥିବାବେଳେ ୫ ଜଣଙ୍କୁ ଗିରଫ କରାଯାଇଛି । ପୀଡ଼ିତାଙ୍କ ମୋବାଇଲ ଫୋନ୍‌ ରିକୋଭର କରାଯାଇଛି । ସେହିପରି ପୀଡ଼ିତାଙ୍କ ବନ୍ଧୁଙ୍କ ସହ ପୁଲିସ୍‌ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ସେହିପରି ପୀଡ଼ିତାଙ୍କ ବୟାନ ଓ ପାରିପାଶ୍ୱିର୍କ ପ୍ରମାଣରୁ ତାଙ୍କୁ ଜଣେ ବ୍ୟକ୍ତି କୁକର୍ମ କରିଥିବା ସ୍ପଷ୍ଟ ହୋଇଛି । ତେବେ ଫୋରେନସିକ ଓ ମେଡ଼ିକାଲ ରିପୋର୍ଟକୁ ଅପେକ୍ଷା କରାଯାଇଛି । ପୀଡ଼ିତାଙ୍କ ବନ୍ଧୁଙ୍କ ଭୂମିକା ସନ୍ଦେହଜନକ ରହିଛି । ତେବେ ଏହା ଗଣକୁକର୍ମ ନୁହେଁ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି । ସେହିପରି ଜଣେ ଅଭିଯୁକ୍ତଙ୍କ ପୋଷାକକୁ ଫୋରେନସିକ୍‌ ଲାବକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗିରଫଙ୍କ ମଧ୍ୟରେ କଲେଜର ଜଣେ ପୂର୍ବତନ ସିକ୍ୟୁରିଟି ଗାଡର଼୍, ହସପିଟାଲ ଷ୍ଟାଫ, ଜଣେ ଶ୍ରମିକ ଓ ଜଣେ ଯୁବକ ରହିଛନ୍ତି ।

ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ପୁଲିସ୍‌ ସ୍କାନରରେ ରଖିଥିଲା । ପୁଲିସର ସୂଚନା ଅନୁଯାୟୀ, ପୀଡ଼ିତା ଓ ତାଙ୍କ ବନ୍ଧୁ  ରାତି ୭ଟା ୫୪ରେ ବାହାରକୁ ଯାଇଥିଲେ । ୮ଟା ୪୨ରେ ପୁରୁଷ ବନ୍ଧୁ ଜଣଙ୍କ ଫେରିଆସି କ୍ୟାମ୍ପସରେ ବୁଲୁଥିଲେ । ତେବେ ୮ଟା ୪୮ରେ ସେ ବାହାରକୁ ଯିବା ସହ ସାଢେ଼ ୯ଟାରେ ପୀଡ଼ିତାଙ୍କ ସହ ଫେରିଥିଲେ । ସେହିପରି କୁକର୍ମ ପରେ ପୀଡ଼ିତାଙ୍କ ଫୋନରୁ ହିଁ ତାଙ୍କ ପୁରୁଷ ବନ୍ଧୁଙ୍କୁ ଫୋନ କରାଯାଇଥିଲା । ତେବେ ୩ ହଜାର ଟଙ୍କା ନଦେଲେ ସେମାନେ ଫୋନ୍‌ ଫେରାଇବେ ନାହିଁ ବୋଲି ଅଭିଯୁକ୍ତମାନେ କହିଥିବା ପୀଡ଼ିତା ପୁଲିସଙ୍କୁ କହିଛନ୍ତି ।