ଏମ୍ସରେ ସାହାଯ୍ୟ ଆଳରେ ମହିଳାଙ୍କ ଶାରୀରିକ ସଂପର୍କ ; କୁକର୍ମ ମାମଲା ରୁଜୁ


  • ଭୁବନେଶ୍ୱର,୨୭ା୮: ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସ୍ୱାମୀର ଚାଲିଥିଲା ବ୍ଲଡ୍ କ୍ୟାନସର ଚିକିତ୍ସା । ପନôୀଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଧୋକା ଦେଇଥିଲା ସିକୁ୍ୟରିଟି ଗାର୍ଡ । ଏହାସହ ମହିଳାଙ୍କୁ ବିବାହ କରି ତାଙ୍କର ସମସ୍ତ ସୁବିଧା ଅସୁବିଧା ବୁଛିବା ସହ ପିଲାଛୁଆଙ୍କ କଥା ବୁଛିବାକୁ ପ୍ରତିଶୃତି ଦେଇ ପରେ ଧରାଛୁଆ ଦେଉନଥିବା ନେଇ ପୀଡ଼ିତା ଜଣକ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହା ପରେ ମହିଳା କମିଶନଙ୍କ ନିଦେ୍ର୍ଦଶ କ୍ରମେ କୁକର୍ମ ମାମଲା ରୁଜୁ କଲା ଖଣ୍ଡଗିରି ଥାନା ପୁଲିସ । ମାମଲା ରୁଜୁ ପରେ ଏମସ ହସ୍ପିଟାଲରୁ ବିଦା ହୋଇଛି ଅଭିଯୁକ୍ତ ସିକୁ୍ୟରିଟି ଗାର୍ଡ ମନୋଜ ସାହୁ । 
     ମହିଳାଙ୍କ ସୂଚନା ଅନୁଯାୟୀ, ତାଙ୍କ ସ୍ୱାମୀଙ୍କୁ ବ୍ଳଡ୍ କ୍ୟାନସର ହୋଇଥିଲା । ଚିକିସôା ପାଇଁ ସେ ତାଙ୍କୁ ଭୁବନେଶ୍ୱର ଏମ୍ସ ଆଣିଥିଲେ । ସେଠାରେ ତାଙ୍କ ସ୍ୱାମୀଙ୍କ ଚିକିସôା ଚାଲିଥିବା ବେଳେ ସିକୁ୍ୟରିଟି ଗାର୍ଡ ମନୋଜ କୁମାର ସାହୁଙ୍କ ସଂସ୍ପର୍ଶରେ ସେ ଆସିଥିଲା । ସେ (ସିକୁ୍ୟରିଟି ଗାର୍ଡ) ତାଙ୍କୁ ମେଡିସିନ ଠାରୁ ଆରମ୍ଭ କରି ରକ୍ତ ଓ ଅନ୍ୟାନ୍ୟ କାର୍ଯ୍ୟରେ ସେ ତାଙ୍କୁ ସହଯୋଗ କରୁଥିଲେ । ତେଣୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା । ପରେ ସିକୁ୍ୟରିଟି ଗାର୍ଡ ମନୋଜ ତାଙ୍କୁ ନେଇ ଏକ ଓୟୋ ରୁମ୍ରେ ରଖିଥିଲେ । ସେଠାରେ ରୋଷେଇ ବାସ କରି ରହିବା ପାଇଁ କହିଥିଲେ । ଆଉ ପରବର୍ତ୍ତୀ ସମୟରେ  ଭବିଷ୍ୟତରେ ସବୁ ପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ସଂପର୍କ ରଖିଥିଲେ । ଏନେଇ ମହିଳା ଜଣଙ୍କ ପ୍ରତିବାଦ କଲେ ବି ସେ ଶୁଣିନଥିଲେ । ମହିଳା ଜଣଙ୍କ ଆହୁରି କହିଛନ୍ତି, ମୁଁ ସ୍ୱାମୀଙ୍କୁ ନେଇ ଏହି ହସ୍ପିଟାଲରେ ୩ ବର୍ଷ ରହିଲି । ମଝିରେ ମଝିରେ ଘରକୁ ଯାଏ ପୁଣି ସ୍ୱାମୀଙ୍କୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଥାଏ । ଶେଷରେ ସ୍ୱାମୀଙ୍କ ମୃତୁ୍ୟ ହୋଇଯାଇଥିଲା । ସ୍ୱାମୀଙ୍କ ମୃତୁ୍ୟ ପରେ ସେ (ସିକୁ୍ୟରିଟି ଗାର୍ଡ) ମୋତେ ମନ୍ଦିରରରେ ବାହା ହୋଇଥିଲା ଓ ମୋ ଛୁଆ ପିଲାଙ୍କର ବି ଯନô ନେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ମୁଁ ମଧ୍ୟ ଆଶ୍ରା ଖୋଜୁ ଥିଲି, ତେଣୁ ତା’ ସହିତ ବାହା ହେଲି । ହେଲେ ଏବେ ସେ ଧରାଛୁଆଁ ଦେଉନାହିଁ କି ଫୋନ୍ ଉଠାଉନାହିଁ । ଯାହାକୁ ନେଇ ତା’ନାଁରେ ମୁଁ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛି । ସେପ୍ଟେମ୍ବର ୧୩ ତାରିଖରେ ଏହାର ଶୁଣାଣି ରହିଛି । ତାକୁ ମଧ୍ୟ ଡକାଯିବ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ସିକୁ୍ୟରିଟି ଗାର୍ଡ ନାଁରେ କୁକର୍ମ ମାମଲା ରୁଜୁକରାଯାଇଥିବା ବେଳେ, ତାକୁ ଏମସ୍ ହସ୍ପିଟାଲରୁ ବିଦା କରାଯାଇଥିବା ଜଣାପଡ଼ିଛି ।