ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଶିଖରଚଣ୍ଡି 

ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଶିଖରଚଣ୍ଡି 

ଭୁବନେଶ୍ୱର : ଆଜି ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହେଲା ଶିଖରଚଣ୍ଡି। ଆଉ କିଛି ଦିନପରେ ନୂଆବର୍ଷ। ସେଥିପାଇଁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳିମାନଙ୍କରେ ପ୍ରବଳ ଭିଡ଼ ଜମୁଛି। ଲୋକମାନେ ଭୋଜିକରିବା ସହ ମଉଜମସ୍ତି କରୁଛନ୍ତି । ଭୁବନେଶ୍ୱର ଶିଖରଚଣ୍ଡିରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏମଧ୍ୟରେ ଶିଖରଚଣ୍ଡି ପାହାଡରେ ଗତ ତିନି ଦିନ ହେବ ଦୁଇଟି ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ଆଜି ସୁରକ୍ଷା ଦୃଷ୍ଟିରୁ ଶିଖରଚଣ୍ଡୀ ପାହାଡକୁ ପ୍ରବେଶ ନେଇ କଟକଣା ଲାଗୁ କରିଛି ବନ ବିଭାଗ। ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ହାତୀଙ୍କ ଉପସ୍ଥିତି ଯୋଗୁଁ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାହାଡ ଉପରକୁ ପର୍ଯ୍ୟଟନଙ୍କୁ ବାରଣ କରାଯାଇଛି । ମୁଖ୍ୟ ଫାଟକକୁ ବନ୍ଦ କରି ବନ କର୍ମଚାରୀ ଓ ଇନଫୋସିଟି ଥାନା ପକ୍ଷରୁ ଲୋକାମନଙ୍କୁ ସଚେନତ କରାଯାଉଛି। ଦୁଇଟି ଟିମ୍‌ ଗଠନ କରାଯାଇ ହାତୀକୁ ଘଉଡେ଼ଇବାକୁ ଚେଷ୍ଟା ଜାରି ରଖିଛି।