ମୋବାଇଲ ଲୁଟେରାକୁ ସଜା

ଭୁବନେଶ୍ୱର, ୨୭ା୮ : ଆଜି ଭୁବନେଶ୍ୱର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ-୫ର ବିଚାରପତି ଇତିଶ୍ରୀ ମହାପାତ୍ର ଗତ ୨୦୨୩ ମସିହା ଅକ୍ଟୋବର ମାସରେ ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛିନତାଇ ମାମଲାର ବିଚାର କରି ଅଭିଯୁକ୍ତ ସୁନିଲ ପରିଡ଼ାକୁ ସଜା ଶୁଣାଇଛନ୍ତି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରିଣୀ ନିରୁପମା ପ୍ରଧାନ ଏମସ୍ ହସ୍ପିଟାଲରେ ଚାକିରୀ କରନ୍ତି । ସେ ଗତ ୨୦୨୩ ଅକ୍ଟୋବର ୨୮ ତାରିଖ ମଧ୍ୟାହ୍ନରେ ନିଜ ଡୁ୍ୟଟି ସାରି ବସରେ ଏମ୍ସ ହସ୍ପିଟାଲରୁ ଖଣ୍ଡଗିରିକୁ ଯିବା ବାଟରେ ବସର ଭିଡ଼ ଭିତରେ ସୁଯୋଗ ନେଇ ଅଭିଯୁକ୍ତ ସୁନିଲ ପରିଡ଼ା ତାଙ୍କ ମୋବାଇଲ ଫୋନକୁ ହଠାତ ତାଙ୍କ ହାତରୁ ଛଡ଼ାଇ ନେଇ ବସରୁ ଓହ୍ଲାଇ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରିଣୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଥାନା କେସ ନମ୍ବର ୪୭୭/୨୦୨୩, ଦଫା- ୩୯୨,୩୪ରେ ଏକ ମାମଲା ରୁଜୁକରି କରାଯାଇଥିବା ବେଳେ, ମାମଲାର ତଦନ୍ତ ଦାୟିତ୍ୱ ତକ୍ରାଳୀନ ଏଏସଆଇ କ୍ଷୀରୋଦ ପ୍ରଧାନଙ୍କୁ ହସ୍ତାନ୍ତର କରାଯାଇଥିଲା । ତଦନ୍ତକାରୀ ଅଫିସର ଶ୍ରୀ ପ୍ରଧାନ ଉପରୋକ୍ତ ମାମଲାକୁ ସଠିକ ଭାବେ ତଦନ୍ତ କରିବା ସହିତ ଅଭିଯୁକ୍ତ ସୁନିଲ ପରିଡ଼ାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସଠିକ ସମୟରେ ଚାର୍ଜ ସିଟ୍ ଦାଖଲ କରିଥିଲେ । ଉପରୋକ୍ତ ମାମଲାର ବିଚାର କରି ଅଦାଲତ ୬ ଜଣ ସାକ୍ଷୀ ଓ ୭ ଗୋଟି ପ୍ରଯୁଜ୍ୟ ଦସ୍ତାବିଜ ଗୁଡ଼ିକୁ ଆଧାର କରି ଅଭିଯୁକ୍ତ ସୁନିଲ ପରିଡ଼ାକୁ ୧୦ ମାସ କାରାଦଣ୍ଡ ସହିତ ୧୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକୁ୍ୟଟର ନିରଞ୍ଜନ ବେହେରା ପରିଚାଳନା କରିଥିଲେ ।