ବାତ୍ୟା ସୁରକ୍ଷିତ ମୁକାବିଲା ପାଇଁ ପୁଲିସର ପ୍ରସ୍ତୁତି ବୈଠକ
ସୁରକ୍ଷା ନିମନ୍ତେ ସଜାଗ ରହିବା ପାଇଁ ଟୁଇନସିଟିର ସମସ୍ତ ପୁଲିସଙ୍କୁ ନିଦେ୍ର୍ଦଶ
ଭୁବନେଶ୍ୱର,୨୨ ।୧୦ : ମାଡ଼ି ଆସୁଛି ବାତ୍ୟା । ଏନେଇ ସରକାର ସଜାଗ ରହିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ ସଜାଗ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି । ସରକାରଙ୍କ ନିଦେ୍ର୍ଦଶ କ୍ରମେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ମଧ୍ୟ ବାତ୍ୟା ନିମନ୍ତେ ବିଭିନ୍ନ ଥାନା ପୁଲିସଙ୍କୁ ଲୋକଙ୍କ ସୁରକ୍ଷା ପାଇଁ ସଜାଗ ରହିବାକୁ ଟୁଇନସିଟି ପୁଲିସ କମିଶନର ଭିଡ଼ିଓ କନଫରେନ୍ସ ମାଧ୍ୟମରେ କଡ଼ା ନିଦେ୍ର୍ଦଶ ଦେଇଛନ୍ତି ।
ସୂଚନା ଯୋଗ୍ୟଯେ, ଆଗାମୀ ଘୂର୍ଣ୍ଣିବଳୟକୁ ମୁକାବିଲା କରିବା ପାଇଁ ଆଜି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ ଭୁବନେଶ୍ୱର - କଟକ ଏବଂ ପୁଲିସ ଷ୍ଟେସନର ସମସ୍ତ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ ସହ ଏକ ଭିଡ଼ିଓ କନଫରେନ୍ସ ବୈଠକ କରି ଚେକ୍ ଲିଷ୍ଟ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସହିତ ସଜାଗ ରହିବାକୁ ନିଦେ୍ର୍ଦଶ ଦେଇଛନ୍ତି । ପୁଲିସ କମିଶନର ଶ୍ରୀ ସିଂଙ୍କ କହିଛନ୍ତି, ଜଟିଳ ସମୟ ମଧ୍ୟରେ ଜନସାଧାଣଙ୍କୁ ତୁରନ୍ତ ଏବଂ ପ୍ରଭାବଶାଳୀ ସେବା ନିଶ୍ଚିତ କରନ୍ତୁ । ପୁଲିସ କମିଶନରଙ୍କ ନିଦେ୍ର୍ଦଶ ଅନୁଯାୟୀ ସେ ଜରୁରୀକାଳୀନ ପ୍ରତିକ୍ରିୟାରେ ସାହାର୍ଯ୍ୟ କରିବାକୁ, ଜନସାଧାରଣଙ୍କ ସୁରକ୍ଷା ବଜାୟ ରଖିବାକୁ ଏବଂ ଘୂର୍ଣ୍ଣିବଳୟର ପ୍ରଭାବକୁ କମ୍ କରିବାକୁ ସମ୍ପଅକ୍ତ ଏଜେନ୍ସି ଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରିବାକୁ ପ୍ରସ୍ତୁତ ଥିବା ନିଶ୍ଚିତ କରିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ଏବଂ କଷ୍ଟକର ସମୟ ମଧ୍ୟରେ ସଜାଗ ରହିବାକୁ ଅନୁରୋଧ କରିଛନ୍ତି । ଏହାବି କହିଛନ୍ତି ଆମର ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ଏକତ୍ର କାର୍ଯ୍ୟ ହୋଇ ସମସ୍ତେ କାର୍ଯ୍ୟ କରିବା । ଆଜିର ଏହି ବୈଠକରେ ଅତିରିକ୍ତ ପୁଲିସ କମିଶନର ଉମାଶଙ୍କର ଦାସ, ଡ଼ିସିପି ପିନାକ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।