ଏମ୍ସିଏଲର ନୂଆ ବୈଷୟିକ ନିଦେ୍ର୍ଦଶକ ହେଲେ ସଞ୍ଜୟ ଝା
ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ର (ବୈଷୟିକ) ଭାବରେ ସଞ୍ଜୟ କୁମାର ଝା ଦାୟିତ୍ୱ ଗ୍ରହଣ କରିଛନ୍ତି । ଖଣି ଖନନ, ପରିଚାଳନା, ଯୋଜନାଗତ ରଣନୀତି ଓ ବୈଷିୟକ ଜ୍ଞାନକୌଶଳ କାର୍ଯ୍ୟକାରୀ କରିବାରେ ୩ ଦଶନ୍ଧିର ଅଭିଜ୍ଞତା ରଖିଥିବା ଝା ଏମ୍ସିଏଲ୍ର ଲଖନପୁର ଓ ବସୁନ୍ଧରା ଏରିଆରେ ଉତ୍ପାଦନ ଅଭିବୃଦ୍ଧି ଏବଂ ବିକାଶ କ୍ଷେତ୍ରରେ ଏରିଆ ଜେନେରାଲ ମେନେଜର ଭାବେ କାର୍ଯ୍ୟ କରିଥିଲେ । ଏପରିକି ସେ ଦୁଇ ବର୍ଷ ଧରି ଶ୍ରେଷ୍ଠ ଏରିଆ ଜେନେରାଲ ମେନେଜର ଭାବେ ବୃହତ୍ ପ୍ରକଳ୍ପ ଶ୍ରେଣୀରେ କୋଇଲା ମନ୍ତ୍ରୀଙ୍କ ପୁରସ୍କାର ହାସଲ କରିଥିଲେ । ଲିଲାରୀ-ବେଲପାହାଡ଼, ଲଖନପୁର ପ୍ରକଳ୍ପ, ଇବ୍ ଉପତ୍ୟକା ୱାସେରୀ ପାଇଁ ଜମି ଚିହ୍ନଟ, ୧୦ ମେଗାୱାଟ୍ର ସୌରଶକ୍ତି ପ୍ରକଳ୍ପ, କୋଇଲା ଆମୋନିୟମ୍ ନାଇଟ୍ରେଟ୍ ପ୍ଲାଣ୍ଟ ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।