ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍ୟାପିତ
ସମ୍ବଲପୁର: ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୬ ତାରିଖରୁ ଆରମ୍ଭ ହୋଇ ଥିବା ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦ୍ୟାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ୟାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ନାକଟିଦେଉଳ ଥାନାର ପବିତ୍ର ମୋହନ ବେହେରା, ସମ୍ମାନିତ ଅତିଥି ଭାବେ ଏଏସ୍ଆଇ ହିରାଧର ବେହେରା ଓ ଗଣିତ ଅଧ୍ୟାପକ ଉମାକାନ୍ତ ବିଶ୍ୱାଳ ଯୋଗ ଦେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ତଥା ସାମ୍ପ୍ରତିକ ସମାଜରେ ଛାତ୍ରୀମାନଙ୍କର ସୁରକ୍ଷା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ବିନିତା ମୁର୍ମୁ କାର୍ଯକ୍ରମର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ।