ସାମୂହିକ କାର୍ଯ୍ୟାଶାଳା
ସମ୍ବଲପୁର : ଧନୁପାଲି ଶିଶୁବିଦ୍ୟାମନ୍ଦିର ଠାରେ ତ୍ରିଦିବସୀୟ ପଶ୍ଚିମ ସମ୍ଭାଗ ସାମୂହିକ କାର୍ଯାଶାଳା ଅନୁଷ୍ଠିତ ହୋଇଯାଇଛି । ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ସଂସ୍ଥାନର ପ୍ରାକ୍ତନ ଅଧ୍ୟକ୍ଷ ଡ.ମୀନ କେତନ ପାଠୀ କାର୍ଯ୍ୟାଶାଳାକୁ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାନ୍ତ ପ୍ରଚାରକ ପଶ୍ଚିମ ସମ୍ଭାଗ ଶଙ୍କର ପ୍ରସାଦ ପଣ୍ଡା ତାଙ୍କ ଅଭିଭାଷଣରେ ସମସ୍ତ ଆଚାର୍ଯ୍ୟଆଚାର୍ଯ୍ୟାଙ୍କ ପାଇଁ ପ୍ରଶିକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମ ସମ୍ଭାଗ ସହ ସଂଯୋଜକ ଜୟ କିଶୋର ପଣ୍ଡା ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥିଙ୍କ ପରିଚୟ ସହ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋଚନା କରିଥିଲେ । ପଶ୍ଚିମ ସମ୍ଭାଗ ସଂଯୋଜକ ଜ୍ୟୋତି ରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଉଦେ୍ଦଶ୍ୟ କଥନ କରିଥିଲେ ।