ଏମ୍ସିଏଲର ସତର୍କତା ବିଭାଗ ପକ୍ଷରୁ ଗ୍ରାମସଭା 

ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ ଏମ୍ସିଏଲ୍ ପକ୍ଷରୁ ତୈ୍ରୟମାସିକ ପ୍ରତିଷେଧାତ୍ମକ ଦୁର୍ନୀତି ନିବାରଣ ଅଭିଯାନ କ୍ରମରେ କୋରଡ଼ୋଲା ଗ୍ରାମ ଠାରେ ଜାତୀୟ ସମୃଦ୍ଧି ପାଇଁ ସତ୍ୟ ନିଷ୍ଠ ସଂସ୍କୃତି ବାର୍ତ୍ତା ନେଇ ଏକ ଗ୍ରାମ ସଭା କରାଯାଇଥିଲା । ଏଥିରେ କମ୍ପାନୀର ଜିଏମ୍ ଏମ୍ଏମ୍ ସାରେୱର ଅଧ୍ୟକ୍ଷତା କରିଥିବାବେଳେ ଜିଏମ୍ ଭିଏସ୍ ତିମାଇୟା ଇଓଏମ୍ ବିଭାଗର  ମୁଖ୍ୟ ପ୍ରବନ୍ଧକ ବି ସେଠୀ, ସରପଞ୍ଚ ସୁଧାଂଶୁ ଶେଖର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଏଠାରେ ସାଧୁତା ଅବଲମ୍ବନ ସକାଶେ ସ୍ଥାନୀୟ କଳାକାରମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିôବା ବେଳେ ଶପଥ ପାଠ କରାଯାଇଥିଲା । କମ୍ପାନୀର ସିଭିଓ ପିକେ ପଟେଲଙ୍କ ଅଧ୍ୟକ୍ଷତାରେ ବିଡର୍ସ ସମ୍ମିଳନୀରେ ଖଣି, ଦୂର ସଞ୍ଚାର, ନିର୍ମାଣ, କୋଇଲା ବୋଝେଇ ଓ ପରିବହନ, ପ୍ରଭୃତି ବିଭାଗ ସହ ସଂପୃକ୍ତ  ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସିଭିଓ ଶ୍ରୀ ପଟେଲ ଦୁର୍ନୀତି ନିବାରଣର ଶପଥ ପାଠ କରାଇଥିଲେ ।