ଏସଏନ୍ କଲେଜରେ ଆଲୋଚନାଚକ୍ର 

ରାଜକନିକା : ରାଜକନିକା ଶୈଳେନ୍ଦ୍ର ନାରାୟଣ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ଶୀର୍ଷକ "ଦି ଫ୍ଲୋରା ଆଣ୍ଡ ଫନା ଡାଇଭରସିଟି ଇନ ଭିତରକନିକା ମ୍ୟାନଗ୍ରୁବସ ଇକୋସିଷ୍ଟମ ଆଣ୍ଡ ଦି ରୋଲ ଅଫ ମ୍ୟାନଗ୍ରୁବସ ଟୁ ପ୍ରୋଟେକ୍ଟ ଆଣ୍ଡ କଞ୍ଜର୍ଭ କୋଷ୍ଟାଲ ଇକୋସିଷ୍ଟମ’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି  । ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ମିଥିଲା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ରାଜନଗର ଏସଏସଜେ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଅନୁସୟା ବେହେରା ଯୋଗଦେଇ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ  । ଏହି ଆଲୋଚନା ଚକ୍ରରେ ବିଭାଗୀୟ ଅଧ୍ୟାପକ ବିଶ୍ୱରଞ୍ଜନ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ଶରତ ଚନ୍ଦ୍ର ବାରିକ, ପ୍ରଫେସର ସଞ୍ଜୟ ମହାନ୍ତି, ଡ. ଅଜୟ କୁମାର କୁଣ୍ଡ, ଡ. ପ୍ରଦୀପ ଦାସ, ଡ. ରଞ୍ଜନ ରଥ, କାଳନ୍ଦୀ ମଲ୍ଲିକ, ସୁରଜ କୁମାର ତନ୍ତୀ, ଶୁଚିସ୍ମିତା ପଣ୍ଡା ଅବସରପ୍ରାପ୍ତ ପ୍ରାଧ୍ୟାପିକା ତୃପ୍ତି ରାଉତ, ପ୍ରଦୀପ ଦାଶ, ଶରତ ଓଝା, ପୁଷ୍ପା ଦାସ, ସୁରେଶ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆଲୋଚନା ଚକ୍ରକୁ ସାଫଲ୍ୟ ମଣ୍ଡିତ କରିଥିଲେ  । ଏହି ଅବସରରେ ବିଭାଗର ଛାତ୍ରଛାତ୍ରୀମାନେ ନିଜର ପେପର ଉପସ୍ଥାପନ କରିଥିଲେ  ।