ନିଶା ନିବାରଣ କେନ୍ଦ୍ରରେ ସଚେତନତା କାର୍ଯ୍ୟକ୍ରମ

 ସମ୍ବଲପୁର : "ଦିଶା’ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ, ଓଡିଶା ସରକାରଙ୍କ ନିଶା ନିବାରଣ କେନ୍ଦ୍ରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସମ୍ବଲପୁରରେ ନମୋ ଫାଉଣ୍ଡେସନ୍ ଏହାକୁ ପରିଚାଳନା କରୁଛି । ଏଥିରେ ଡ. ସଂଜୀବ ମିଶ୍ର କହିଲେ ଯେ, ଅନ୍ତେବାସୀଙ୍କ ମନୋବଳ ବୃଦ୍ଧି ଆବଶ୍ୟକ । ଏହାଦ୍ୱାରା ସୁପଥ ପ୍ରଦର୍ଶନ ସମ୍ଭବ । ଏବେ ନିଶାର ବଳୟ ବୃଦ୍ଧି ହେଇ ସମାଜକୁ ଏକ ବିପଥ ଗାମୀ କରିଛି । ନିଶା ତ୍ୟାଗ କରିବାର ବିଭିନ୍ନ ପର୍ଯାୟ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅଶୋକ ପ୍ରଧାନ, ଆବାହକ କୃଷକ ମୋର୍ଚା ଯୋଗଦେଇ ଅନ୍ତେବାସୀଙ୍କୁ ନିଶାର କୁପ୍ରଭାବ ଉପରେ ଗୁରୁତ୍ୱ ଦେଇ ଥିଲେ । ଅନ୍ତେବାସୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତିତ୍ୱଙ୍କୁ ପୁରସ୍କୃତ କରାଯାଇଥିଲା । ରତନ ଶର୍ମା ଏବଂ ମହେଶ କୁମାର ପାଣ୍ଡେ ବିଚାରକ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁଧାଂଶୁ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ, ଖଗେଶ୍ୱରୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁନୀଲ ମାଝୀ, ଖ୍ରୀଷ୍ଟୋଫର କୁଜୁର, ସୀମନ୍ତିନୀ ବେରିହା ଏବଂ ଝସକେତନ କରାଳି ସହଯୋଗ କରିଥିଲେ ।