ବିଦ୍ୟାଳୟର ବାର୍ଷିକ ଉତ୍ସବ
କଟକ : ସ୍ଥାନୀୟ ମହମ୍ମଦିଆ ବଜାର ସ୍ଥିତ ନାଳନ୍ଦା ପ୍ରାଥମିକ ବିଦ୍ୟାଳୟର ୫୫ତମ ବାର୍ଷିକ ଉତ୍ସବ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ସଂଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିଶୁ ସାହିତି୍ୟକ ଡ ମହେଶ୍ୱର ମହାନ୍ତି ମୁଖ୍ୟଅତିଥି, କଟକ ମହାନଗର ନାଗରିକ ମହାସଭାର ସଭାପତି ଡାକ୍ତର ରବି ରଂଜନ ସାହୁ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ କର୍ପୋରେଟର ବିଜୟ ଦଳାଇ ଏବଂ ହାଇକୋର୍ଟ କି୍ରମିନାଲ ବାର ଆସୋସିଏସନର ସଭାପତି ତାପସ ନାୟକ ଯୋଗ ଦେଇଥିଲେ । ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ । ଛାତ୍ରଛାତ୍ରୀମାନଙ୍କ ପାଠପଢା ପ୍ରତି ମା’ମାନେ ଯନôବାନ ହେଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଯଶବୀର ଦାସ, ଦିପ୍ତିମୟୀ ଦାସ, ସୁଭଦୀପା ଦାସ, ପୁଷ୍ପଲତା ପାଣ୍ଡେ, ସରସ୍ୱତୀ ଦେବନାଥ, ବିଜୟ ଲକ୍ଷ୍ମୀ ସାହୁ, ମଧୁସ୍ମିତା ସାହୁ, ବିଶ୍ୱନାଥ ସାହୁ, ଯାହାନା ବେଗମ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।