ନବବଧୂଙ୍କ ଆତ୍ମହତ୍ୟା : ହତ୍ୟା ଅଭିଯୋଗ ଆଣିଲେ ପରିବାର
ବାହାନଗା: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନଲବାହାର ଗ୍ରାମରେ ନବବିବାହିତା ବୋହୂର ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା । ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ସୂଚନା ଅନୁସାରେ ବଡ଼ ଧନାଡି ଗ୍ରାମର ତପନ ଜେନାଙ୍କ ଝିଅ ସବିତା(୨୧)ଙ୍କର ନଲବାହାର ଗ୍ରାମର ସନିଆ ମହାଳିକଙ୍କ ସହିତ ଛଅ ମାସ ତଳେ ବୈଦିକ ରୀତିରେ ବିବାହ ହୋଇଥିଲା । ସବୁ ଠିକଠାକ ଚାଲିଥିବାବେଳେ ଗତକାଲି ଅପରାହ୍ନ ସମୟରେ ଘର ଲୋକ କେହି ନଥିବା ଅବସ୍ଥାରେ ସବିତା ଘର ଭିତରେ ବେକରେ ଦଉଡି ଲଗାଇଥିବା ବଡ଼ବୋହୂ ଜାଣି ପାରି ସାହିପାଡିଶା ତଥା ଘର ଲୋକଙ୍କୁ ଡାକି ସବିତା ଉଦ୍ଧାର କରି ବସ୍ତା ମେଡିକାଲକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ବାପ ଘର ଲୋକେ ଝିଅକୁ ଦେଖିବାକୁ ମେଡିକାଲରେ ପହଂଚି ଝିଅର ବେକରେ କ୍ଷତ ଚିହ୍ନ ଦେଖି ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ମେଡିକାଲରେ ପହଂଚି ଶବକୁ ଜବତ କରିବା ସହିତ ମୃତକଙ୍କ ସ୍ୱାମୀ ସନିଆକୁ ଥାନାରେ ଅଟକ ରଖିଛି । ତେବେ ମୃତକଙ୍କ ଶାଶୂଙ୍କ କହିବା ଅନୁସାରେ ବୋହୂକୁ କିଛିଦିନ ଧରି ଭୁତ ଲାଗିଥିଲା । ବହୁ ଗୁଣିଆ ଆସି ଝଡା ଫୁଙ୍କା କରିଥିବାବେଳେ ଗତ ପନ୍ଦର ଦିନ ତଳେ ଘରେ କେହି ନ ଥିବା ଅବସ୍ଥାରେ ଝିଅର କାକା ଜଣେ ଗୁଣିଆକୁ ନେଇ ଘରକୁ ଆସିଥିଲେ । ଉକ୍ତ ଗୁଣିଆ ଜଣକ ବନ୍ଦ ଘର ଭିତରେ ବୋହୂର ଇଜତ ଲୁଟ କରିଥିବା ବୋହୂ ବଞ୍ଚôଥିବାବେଳେ ସମସ୍ତଙ୍କୁ ଜଣାଇଥିଲା । ଉକ୍ତ ଘଟଣାକୁ ତାର ବାପ ଘରକୁ ମଧ୍ୟ ଜଣାଇ ଥିବାବେଳେ କେହି ବିଶ୍ୱାସ କରିନଥିଲେ । ବାରମ୍ବାର ବୋହୂ ନିଜର ଇଜତ ଯାଇଥିବା କହିଆସୁଥିବାବେଳେ ଆଜି ନିଜେ ଆତ୍ମହତ୍ୟା କରିଥିବା କହିଛନ୍ତି । ଘଟଣାକୁ ନେଇ ପୁଲିସ ଓ ସାଇଣ୍ଟିଫିକ ଟିମ୍ର ତଦନ୍ତ ପରେ ଶବକୁ ପୋଷ୍ଟମାର୍ଟମ କରି ପୁଲିସ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବାବେଳେ ଶବକୁ କେହି ନେଇ ନଥିଲେ । ଫଳରେ ପୋଲିସ ଶବକୁ କାନେ୍ଧଇ ଏକ କିଲୋମିଟର ରାସ୍ତା ଚାଲି ଚାଲି ଆସି ରାଜପଥ ପାର୍ଶ୍ୱରେ ଦାହ କରିଥିଲେ । ଯାହାକୁ ନେଇ ଅଂଚଳରେ ଚର୍ଚ୍ଚା ଲାଗି ରହିଛି ।