ଏସିଆନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ
ଭୁବନେଶ୍ୱର : ଓଡିଶାରେ ପାରମ୍ପରିକତା କେବଳ ସଂରକ୍ଷିତ ହୋଇନଥାଏ, ସେହିଟି ଲୋକଙ୍କ ଦୈନନ୍ଦିନ ଜୀବନ, ପାର୍ବଣ, ଓ ଅଭିବ୍ୟକ୍ତିର ଅଂଶ ଅଟୁଟ ଭାବରେ ରହିଛି । ଘୁମୁରା ନୃତ୍ୟର ଗାମ୍ଭୀର୍ୟପୂର୍ଣ୍ଣ ପଦକ୍ଷେପରୁ ଆରମ୍ଭ କରି ପୁରାତନ ମନ୍ଦିରଗୁଡ଼ିକର ଅଦ୍ଭୁତ ସୌନ୍ଦର୍ଯ୍ୟ ଓ ଓଲିଭ୍ ରିଡ୍ଲି କଇଁଚ୍ଛ ମାନଙ୍କର ସମୁଦ୍ରତଟୀୟ ଆକର୍ଷଣ ଓଡିଶା ଏପରି ଅନେକ ପ୍ରେରଣାଦାୟକ କଥାରେ ଭରିଛି । ଏହି ବିଶେଷ ସଂସ୍କୃତିକୁ ସମ୍ମାନ ଜଣେଇବା ପାଇଁ, ଭାରତର ଅଗ୍ରଣୀ ପେଣ୍ଟ୍ ଏବଂ ଡେକର୍ ବ୍ରାଣ୍ଡ୍ ଏସିୟାନ୍ ପେଣ୍ଟସ୍ ତାଙ୍କର ରୋୟାଲ୍ ଗ୍ଲିଟ୍ସ ଲକ୍ସୁରୀ ରେଞ୍ଜରେ ‘ଟ୍ରିବୁ୍ୟଟ୍ ଟୁ ଓଡିଶା’ ନାମକ ଏକ ଆକର୍ଷଣୀୟ ନୂଆ ବିଶେଷ ଏଡିସନ୍ ଉନ୍ମୋଚନ କରିଛି ।
ଏହି ପ୍ୟାକ୍ ତାହାର ଡିଜାଇନ୍ ଓ କାହାଣୀ ମାଧ୍ୟମରେ ଓଡିଶାର ସମୃଦ୍ଧ ସଂସ୍କୃତିକୁ ପ୍ରଦର୍ଶିତ କରେ । ଏହି ବିଶେଷ ପ୍ୟାକ ଡିଜାଇନ୍ ଗୁଡିକ ପଟ୍ଟଚିତ୍ରରୁ ପ୍ରେରିତ ଏହା ଭାରତର ସବୁଠାରୁ ପୁରୁଣା ଓ ଉତ୍ତମ କଳାରୂପ ଗୁଡ଼ିକ ମଧ୍ୟରୁ ଗୋଟିଏ । ଏହାର ଚିତ୍ରକଳା ଓଡିଶାର ଅସଲ ଆତ୍ମାକୁ ପ୍ରତିବିମ୍ବିତ କରେ । ଏହି ପ୍ୟାକ୍ରେ ଶାଳୀନ ଓଡିଶୀ ନୃତ୍ୟ, ଶକ୍ତିଶାଳୀ ହୀରାକୁଦ୍ ବନ୍ଧ ଓ ପ୍ରସିଦ୍ଧ କୋଣାର୍କ ଚକ୍ର ପରି ଅନେକ ଉଲ୍ଲେଖନୀୟ ଅଂଶ ସାମିଲ୍ ଅଛି । “ଏସିୟାନ୍ ପେଣ୍ଟସ୍ରେ ବିଶ୍ୱାସ କରୁଯେ ପ୍ରତ୍ୟେକ ରାଜ୍ୟ କେବଳ ଏକ ବଜାର ନୁହେଁ, ଏହା ଏକ ଜୀବନ୍ତ କାହାଣୀ । ଆମର ‘ରୋୟାଲ୍ ଗ୍ଲିଟ୍ସ - ଟ୍ରିବୁ୍ୟଟ୍ ଟୁ ଓଡିଶା’ ପ୍ୟାକ୍ ହେଉଛି ଓଡିଶାର କଳା, ଆଧ୍ୟାତ୍ମିକ ଶକ୍ତି ଓ ସଂସ୍କୃତିର ଏକ ଉସôବ । ଏହି ପଦକ୍ଷେପ ଆମର ଇନୋଭେସନ୍ ଓ ଡିଜାଇନ୍ ଉପରେ ନଜରକୁ ପ୍ରତିବିମ୍ବିତ କରେ ଓ ସ୍ଥାନୀୟ ପରମ୍ପରା ପ୍ରତି ଏକ ଅନୁଭୂତିମୂଳକ ସମ୍ମାନ ଭାବେ ଦିଆଯାଇଛି ବୋଲି କହିଛନ୍ତି ଏସିୟାନ୍ ପେଣ୍ଟସ୍,ଏମ୍ଡି ଓ ସିଇଓ, ଅମିତ ସିଙ୍ଗଲ୍ ।