ଦୁଇ ଶିଶୁ ଶ୍ରମିକ ଉଦ୍ଧାର
ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରି ଦୁଇଜଣ ଶିଶୁ ଶ୍ରମିକକୁ ବୈଶିଙ୍ଗା ବଜାର ସ୍ଥିତ ସାହୁ ଫାଷ୍ଟ ଫୁଡ୍ରୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛନ୍ତି ଜିଲ୍ଲା ସହକାରୀ ଶ୍ରମ ଅଧିକାରୀ ପାନମଣି ସୋରେନ । ଏହି ଚଢ଼ାଉରେ ସହଯୋଗ କରିଥିଲେ ଯଶିପୁରର ସହକାରୀ ଶ୍ରମ ଅଧିକାରୀ ସୈମିତ୍ ମହାନ୍ତ ବସ୍ତିଏରିଆ ଡେଭଲପମେଣ୍ଟ କାଉନସିଲ ଏନଜିଓର ଅନ୍ୟ ସମସ୍ତ ସାଥି ବନସ୍ମିତା ନାୟକ, ଅଙ୍କିତା ବାରିକ୍ ଆଦି ସହଯୋଗ କରିଥିଲେ । ଉଦ୍ଧାର ହୋଇଥିବା ଦୁଇଜଣ ପିଲା ବଡ଼ସାହି ବ୍ଲକ ବଦଳିଗାଁ ଅଞ୍ଚଳର ବୋଲି ଜଣାପଡିଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
