ଏସ୍ଆଇ ଚାକିରି କେଳେଙ୍କାରୀ : ଆଉ ଦୁଇ ଗିରଫ, ତଦନ୍ତ କରିବେ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ
ଏସ୍ଆଇ ଚାକିରି କେଳେଙ୍କାରୀ ମାମଲାରେ ଆଉ ଦୁଇ ଗିରଫ। ଗିରଫ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ପୂର୍ବରୁ ୧୧୪ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଟିମ୍ ଡିଜିଟାଲ ତଥ୍ୟ ଯୋଗାଡରେ ଲାଗିପଡିଛି । ଗଞ୍ଜାମ ଜିଲାର ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ଏସଆଇ ପରୀକ୍ଷା କେଳେଙ୍କାରୀର ସମସ୍ତ ମାମଲାର ତଦନ୍ତ କରିବେ ରତ୍ନପ୍ରଭା ।