ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମାଲା : ସିବିଆଇ ରିମାଣ୍ଡରେ ୪ ଅଭିଯୁକ୍ତ
ଭୁବନେଶ୍ୱର : ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମାଲାରେ ସମ୍ପୃକ୍ତଥିବା ୪ ଅଭିଯୁକ୍ତକୁ ସିବିଆଇ ରିମାଣ୍ଡରେ ନେଇଛି । ଝାଡପଡା ଜେଲରେ ଥିବା ୪ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ମାଷ୍ଟର ମାଇଣ୍ଡ ମୁନା ମହାନ୍ତି ସହ ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା, ପ୍ରିୟଦର୍ଶିନୀ ସାମଲକୁ ଦୁଇ ଦିନପାଇଁ ରିମାଣ୍ଡରେ ନେଇ ତଦନ୍ତ କରିବ ସିବିଆଇ ।