ପୁଣି ବଡିଲା ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍‌ କଟକଣା 

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ବଡିଲା ଇଣ୍ଟରନେଟ୍‌ କଟକଣା । ସୁରକ୍ଷା ଦୃଷ୍ଟିରୁ ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ପୁଣି ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ । ଗୁରୁବାର ଅପରାହ୍ନ ୧୨ଟାରୁ ରାତି ୧୨ଟା ଯାଏଁ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ । ଏମ୍‌ ୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ । 

     ଆଜି ମାଲକାନଗିରିରେ ଯାଇଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରି ଏୟାରପୋର୍ଟରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସମୀକ୍ଷା ବୈଠକ କରିଛନ୍ତି । ଏମ୍ଭି ୨୬ ହିଂସାକାଣ୍ଡ ଓ ଏହାର ପରବର୍ତ୍ତୀ ଅବସ୍ଥାକୁ ନେଇ ଉପ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି ଜିଲ୍ଲାପାଳ । ବୈଠକରେ ଦକ୍ଷିଣାଞ୍ଚଳ ଆର୍‌ଡିସି ସଂଗ୍ରାମ କେଶରୀ ମହାପାତ୍ର, ଏଡିଜିସଞ୍ଜୀବ ପଣ୍ଡା ଡିଆଇଜି କନୱର ବିଶାଲ ସିଂ ଓ ମାଲକାନଗିରି ଏସ୍ପି ବିନୋଦ ପାଟିଲ ଓ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଉପସ୍ଥିତ ଅଛନ୍ତି । ରାଜ୍ୟ ସରକାର ଘଟଣାକୁ ଗୁରୁତର ଭାବେ ନେଇ ଶାନ୍ତି ପ୍ରତିଷ୍ଠା ଲାଗି ଅଧିକ ପୋଲିସ ମୁତୟନ କରିଥିବା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।