ଏସ୍ଆଇ ପରୀକ୍ଷା କେଳେଙ୍କାରୀ : ସିଲିକନ ଟେକ୍ ମାଲିକ ସୁରେନ୍ଦ୍ର ନାୟକ ଗିରଫ
ଭୁବନେଶ୍ୱର : ପୋଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଉ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ସିଲିକନ ଟେକ୍ ମାଲିକ ସୁରେନ୍ଦ୍ର ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱର ଲୁମ୍ବିନୀ ବିହାରରୁ ସୁରେନ୍ଦ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।
ଏସଆଇ ପରୀକ୍ଷା ମହାକେଳେଙ୍କାରୀ ମାମଲାରେ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ମୁନାକୁ ସାମ୍ନାସାମ୍ନି ଜେରା କରାଯାଇଥିଲା । ସ୍କାମକୁ ନେଇ ଉଭୟଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା କ୍ରାଇମବ୍ରାଞ୍ଚ । ଏହି ଜେରାରେ କ୍ରାଇମବ୍ରାଞ୍ଚକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି । ଆଉ ଏବେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟିକୁ ରିମାଣ୍ଡ ନେବା ପାଇଁ ଆଜି କୋର୍ଟରେ ହାଜର କରିପାରେ କ୍ରାଇମବ୍ରାଞ୍ଚ ଟିମ୍ । ସୂଚନା ମୁତାବକ, ଗତ ରାତିରେ ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟି ଗିରଫ ହୋଇଥିଲା । ଡିଏସ୍ପି ଅନିଲା ଆନନ୍ଦଙ୍କ ନେତୃତ୍ୱରେ ଦିଲ୍ଲୀରେ ଡେରାଦେଇଥିବା କ୍ରାଇମବ୍ରାଞ୍ଚର ଏକ ଚାରିଜଣିଆ ଟିମ୍ ଚଢାଉ କରି କ୍ରାଇମବ୍ରାଞ୍ଚ ଉତ୍ତରାଖଣ୍ଡ-ନେପାଳ ସୀମାରୁ ଶଙ୍କରକୁ ଗିରଫ କରିଥିଲା ।